ବିଜେପି ନେତା ଓ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା
ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ଜଣେ ବିଜେପି ନେତା ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । କୁଲଗାମ କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ଗୁଲାମ ରସୁଲ ଡାର ଏବଂ ତାଙ୍କ ପତ୍ନୀ ଜବାହାର ବାନୋଙ୍କୁ ଆତଙ୍କବାଦୀମାନେ ଗୁଳିକରି ଅତି ନିର୍ମମ ଭାବେ ଗୁଳି କରିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା ।
ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ହାତ ଥିବା ପୁଲିସ କହିଛି। ହତ୍ୟାକାଣ୍ଡର କିଛି ଘଣ୍ଟା ପୂର୍ବରୁ ପୁଞ୍ଚ ଜିଲ୍ଲାର ଏକ ସ୍ଥାନରୁ ସୁରକ୍ଷାବାହିନୀ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଏହା ବ୍ୟତୀତ ବିଏସଏଫ କିଷାତବାଡ଼ରୁ ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି।
ଜମ୍ମୁ-କଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା ଏଥିନେଇ ଶୋକ ବ୍ୟକ୍ତ କରିବା ସହ ଏ ଭଳି ନୃଶଂସ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ସୁରକ୍ଷାକର୍ମୀ ଏବଂ ପୋଲିସକୁ ସେ ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିି ।
ସୂଚନା ମୁତାବକ, ଗୁଲାମ ରସୁଲ ଡାର କୁଲଗାମର ବିଜେପି କିସାନ ମୋର୍ଚ୍ଚାର ସଭାପତି ଥିଲେ । ବିଜେପିର ଜଣେ ପଦାଧିକାରୀ ବ୍ୟତୀତ ଗୁଲାମ ରସୁଲ ଦାର ସରପଞ୍ଚ ମଧ୍ୟ ଥିଲେ। ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ସେ ନିର୍ବାଚିତ ହୋଇଥିଲେ।
Powered by Froala Editor