ଭାରତରେ କରୋନା ଟିକା ନେଇ ପାରିବେ ବିଦେଶୀ
ଏଣିକି ବିଦେଶୀ ନାଗରିକମାନେ ଭାରତରେ କରୋନା ଟିକା ନେଇ ପାରିବେ। ଟିକା ପାଇଁ ଭାରତୀୟଙ୍କ ଭଳି ବିଦେଶୀ ନାଗରିକମାନେ ବି କୋ-ୱିନ ଆପ୍ରେ ପଞ୍ଜୀକରଣ କରିପାରିବେ। ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ର ଭାବେ ଦେଖାଇପାରିବେ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଫିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। କୋ-ୱିନରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଟିକା ପାଇଁ ସ୍ଲଟ ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ନାଗରିକଙ୍କ ଟିକାକରଣ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଶେଷ କରି ସହାରାଞ୍ଚଳରେ ଅଧିକ ସଂଖ୍ୟକ ବିଦେଶୀ ନାଗରିକ ରହୁଛନ୍ତି। ସହାରାଞ୍ଚଳରେ ଅଧିକ ଲୋକ ରହୁଥିବାରୁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ରହିଛି। ଏହାକୁ କାଉଣ୍ଟର କରିବା ପାଇଁ ଟିକାକରଣ ଜରୁରୀ। ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ସୁରକ୍ଷା ପାଇଁ ସେମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ କହିଛି। ବିଦେଶୀ ନାଗରିକମାନଙ୍କୁ ଟିକା ଦିଆଯିବା ଦ୍ବାରା ସେମାନେ ସୁରକ୍ଷିତ ରହିବେ । ଏହା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ।
Powered by Froala Editor