ଏବେ ଏମିତି କରିବେ ଏଲପିଜି ଗ୍ୟାସ ସଂଯୋଗ, ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ: ନୂଆ ଏଲପିଜି ଗ୍ୟାସ ସଂଯୋଗ ନେବା ପାଇଁ ଆଉ ଗ୍ୟାସ ଏଜେନ୍ସି ଗୁଡ଼ିକ ପାଖକୁ ଯାଇ ବାରମ୍ବାର ହଇରାଣ ହେବାକୁ ପଡିବ ନାହିଁ । ଏଣିକି କେବଳ ଗୋଟିଏ ମିସଡ କଲରେ ମିଳିଯିବ ଏହି ସୁବିଧା । ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସି) ଏଥିପାଇଁ ନୂଆ ସୁବିଧା ଉପଲବ୍ଧ କରାଇଛି । ଅର୍ଥାତ ଖାଉଟିମାନେ ଏଣିକି ଗୋଟିଏ ମିସଡ କଲରେ ଇଣ୍ଡେନର କନେକସନ ନେଇପାରିବେ । ଏଥିପାଇଁ ୮୪୫୪୯୫୫୫୫୫ ରେ ମିସଡ କଲ କରିବାକୁ ହେବ । ଏଥିପାଇଁ ଇଣ୍ଡେନ ଗ୍ରାହକଙ୍କ ସହ ଯୋଗାଯୋଗ କରିବ । କନେକସନ ପାଇଁ ଗ୍ରାହକଙ୍କୁ ଠିକଣା ପ୍ରମାଣପତ୍ର ନିମନ୍ତେ କାଗଜପତ୍ର ଓ ଆଧାର ସଂକ୍ରାନ୍ତ ସୂଚନା ଦେବାକୁ ହେବ । ଏଲପିଜି ଗ୍ୟାସ କନେକସନ ଲାଗି ଏବେ ଠିକଣା ପ୍ରମାଣପତ୍ର ବି ଦରକାର ପଡ଼ିବ ନାହିଁ । ନୂଆ ନିୟମ ମୁତାବକ ଯଦି ପରିବାରରେ ମାତାପିତା, ଭାଇ ଭଉଣୀ ଅଥବା ଅନ୍ୟ ସମ୍ପର୍କୀୟଙ୍କ ନାମରେ ପୂର୍ବରୁ କୌଣସି ଗ୍ୟାସ କନେକସନ ରହିଛି, ତେବେ ପରିବାରର ଆଉ ଜଣଙ୍କୁ ବି ସମାନ ଠିକଣାରେ ସଂଯୋଗ ସୁବିଧା ମିଳିପାରିବ ।
Powered by Froala Editor