ଶିଶୁପୁତ୍ରକୁ ୪୦ ହଜାର ଟଙ୍କାରେ ବିକିଲା ବାପା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଡ୍ରଗ୍ସ କିଣିବା ପାଇଁ ଅଢେ଼ଇ ବର୍ଷର ଶିଶୁପୁତ୍ରକୁ ମାତ୍ର ୪୦ ହଜାର ଟଙ୍କାରେ ବିକ୍ରି କରିଛି ଜଣେ ନିଶାସକ୍ତ ବାପା । ଘଟଣାଟି ଘଟିଛି ଆସାମର ମୋରିଗାଁ ଜିଲ୍ଲାରେ । ଘଟଣାରୁ ଜଣାପଡ଼ିଛି, ରାଜଧାନୀ ଗୌହାଟୀଠାରୁ ୮୦ କିଲୋମିଟର ଦୂର ମୋରିଗାଁର ଲାହାରିଘାଟ ଗ୍ରାମରେ ରହନ୍ତି ଅମିନୁଲ ଇସଲାମ । ସେ ନିଜ ଶିଶୁପୁତ୍ରକୁ ସାଜିଦା ବେଗମଙ୍କୁ ବିକ୍ରି କରି ଦେଇଥିଲା । ପିଲାଟିର ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉଭୟ ଅମିନୁଲ ଓ ସାଜିଦାଙ୍କୁ ଗିରଫ କରିଛି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଗତ କିଛି ମାସ ହେଲା ଅମିନୁଲର ପନôୀ ରୁକ୍ମିନା ବେଗମ ନିଜ ବାପାଙ୍କ ଘରେ ରହୁଥିଲେ । ଅମିନୁଲ ସବୁବେଳେ ଡ୍ରଗ୍ସ ଖାଇଥାଏ । ଦିନେ ହଠାତ ସେ ଶଶୁର ଘରକୁ ଯାଇ ଆଧାର କାର୍ଡ ତିଆରି କରିବ ବୋଲି କହି ଶିଶୁପୁତ୍ରକୁ ଧରି ଚାଲି ଆସିଥିଲା । ୩-୪ ଦିନ ପରେ ପୁଅକୁ ଫେରାଇବାକୁ ନ ଆସିବାରୁ ରୁକ୍ମିନାର ସନେ୍ଦହ ହୋଇଥିଲା । ସେ ୫ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ପୁଲିସ ଅମିନୁଲକୁ ଗିରଫ କରି ପଚରା ଉଚରା କରିବା ପରେ ଶିଶୁପୁତ୍ରକୁ ବିକ୍ରି କରିଥିବା ସେ ସ୍ୱୀକାର କରିଥିଲା । ପୁଲିସ ମୋରିଗାଁକୁ ଯାଇ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ସାଜିଦା ବେଗମକୁ ଗିରଫ କରିଥିଲା । ଶିଶୁପୁତ୍ରକୁ ତାର ମା’କୁ ହସ୍ତାନ୍ତର କରି ପୁଲିସ ଉଭୟଙ୍କୁ ଅଦାଲତରେ ହାଜର କରାଇଛି ।
Powered by Froala Editor