ଆଫଗାନିସ୍ତାନର ଜଜାନ୍କୁ ଦଖଲ କଲେ ତାଲିବାନୀ ଆତଙ୍କୀ, ୭୦୦ କଏଦୀଙ୍କୁ କଲେ ଗୁଲାମ
ଆଫଗାନିସ୍ତାନର ସିବରଗାନ୍ ପ୍ରଦେଶର ରାଜଧାନୀ ଜଜାନ୍କୁ ତାଲିବାନ ଆତଙ୍କବାଦୀମାନେ ଦଖଲ କରିବା ସହ ଏକ କାରାଗାରକୁ ଭାଙ୍ଗି ୭୦୦ ସମର୍ଥକଙ୍କୁ ମୁକ୍ତ କରିଛନ୍ତି। ମୁକ୍ତି ପରେ ସମ୍ପୃକ୍ତ କଏଦୀମାନେ ତୁରନ୍ତ ତାଲିବାନ ବାହିନୀରେ ସାମିଲ ହୋଇଛନ୍ତି। ଏଠାରେ ଆଫଗାନ୍ ସେନା ଏକ ପ୍ରକାର ଆତ୍ମସମର୍ପଣ କରିଛନ୍ତି।
ଅପରପକ୍ଷରେ ଶୁକ୍ରବାର ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ନେଇ ଆଲୋଚନା ହୋଇଥିଲା। ଏଥିରେ ପାକିସ୍ତାନର ନାମ ନିଆଯାଇ ନ ଥିଲେ ମଧ୍ୟ ସିଧାସଳଖ ଆଫଗାନିସ୍ତାନ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ମତ ପ୍ରକାଶ ପାଇଥିଲା। ବୈଠକରେ ଅଧ୍ୟକ୍ଷତା କରୁଥିବା ଭାରତୀୟ ସ୍ଥାୟୀ ଦୂତ ଟି.ଏସ୍ ତିରୁମୂର୍ତ୍ତି କହିଥିଲେ ଯେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ଅତ୍ୟନ୍ତ ବିପଜ୍ଜନକ। ପଡୋଶୀ ଦେଶ ଭାବେ ଏଠାକାର ଅବସ୍ଥା ଭାରତ ପାଇଁ ଚିନ୍ତାର ବିଷୟ।
ଆମେରିକା ଦୂତାବାସ ପକ୍ଷରୁ ଶନିବାର ସାନି ନିର୍ଦେଶନାମା ଜାରି କରାଯାଇଛି। ଏଥିରେ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ବାଣିଜ୍ୟିକ ବିମାନ ଯୋଗେ ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ପଳାଇବାକୁ ନିର୍ଦେଶ ଦିଆଯାଇଛି। ଏଥିସହିତ ଦୂତାବାସର କର୍ମଚାରୀ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି।
ସୂଚନା ଯେ, ଦଖଲ ଅଞ୍ଚଳ ହେଉଛି ତାଲିବାନ ନେତା ଅବଦୁଲ ରଶିଦ ଦସ୍ତୁନର ନିଜ ସହର। ଚିକିତ୍ସା ପରେ ଦସ୍ତୁନ ନିକଟରେ ତୁର୍କିରୁ ପ୍ରତ୍ୟାବର୍ତ୍ତନ କରିଛି।
Powered by Froala Editor