ମମତାଙ୍କ ଲାଗି ଲାଗିଲା ଏଭଳି ପୋଷ୍ଟର

କୋଚି: ତାମିଲନାଡୁ ଓ ଗୁଜରାତ ପରେ ଏବେ କମୁ୍ୟନିଷ୍ଟଙ୍କ ଗଡ଼ କେରଳରେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କ ଛବି ଥିବା ପ୍ରଚାର ଫଳକ (ପୋଷ୍ଟର) ଦେଖିବାକୁ ମିଳିଛି । କୋଚିଠାରେ ‘କଲ ଦିଦି, ସେଭ ଇଣ୍ଡିଆ, ଦିଲ୍ଲୀ ଚଲୋ’ (ଦିଦିଙ୍କୁ ଆଣ, ଭାରତ ବଞ୍ଚାଅ) ଲେଖାଥିବା ଏହି ବିରାଟ ପୋଷ୍ଟର ଲଗାଯାଇଛି । ୧୯୭୦ ଦଶକରେ ସମାନ ଲେଖାଥିବା ଇନ୍ଦିରା ଗାନ୍ଧିଙ୍କର ଏଭଳି ପୋଷ୍ଟରକୁ ନେଇ କେରଳରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ଏବେ ମମତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଦାକ୍ଷିଣାତ୍ୟ ରାଜ୍ୟରେ ତୃଣମୂଳ କଂଗ୍ରେସର ସାମାନ୍ୟ ସଂଗଠନ ନ ଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ମମତାଙ୍କ ପୋଷ୍ଟର ଲଗାଯିବା ଘଟଣା ତାଙ୍କୁ ସର୍ବଭାରତୀୟ ନେତ୍ରୀ ଭାବେ ଉପସ୍ଥାପିତ କରିବା ପାଇଁ ଏକ ଯୋଜନା ବୋଲି କୁହାଯାଉଛି । ଏହାର ପ୍ରତିକି୍ରୟାରେ ବିଜେପି ପକ୍ଷରୁ କୁହାଯାଇଛି ଯେ ମମତାଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ କେବେ ହେଲେ ସାକାର ହେବ ନାହିଁ ।
Powered by Froala Editor