ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଘନୀଭୂତ ହୋଇଛି । ଏଭଳି ଆଶଙ୍କା କରାଯିବା ପଛରେ ବି ଏକ ବଡ଼ କାରଣ ରହିଛି । କାରଣ ଦିଲ୍ଲୀ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ ମିଳିଛି । ଏଭଳି ଧମକ ଆଉ କେହି ନୁହେଁ ଆତଙ୍କବାଦୀମାନେ ଦେଇଥିବା ଜଣାଯାଇଛି । ଦିଲ୍ଲୀ ପୁଲିସକୁ ଅଲକାଏଦାର ଇ-ମେଲ ଯୋଗେ ଏଭଳି ଧମକ ଦିଆଯାଇଛି । ଆସନ୍ତା ୩ ଦିନ ଭିତରେ ଦିଲ୍ଲୀ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି ।
ମେଲ ପଠାଇଥିବା ସନ୍ଦିଗ୍ଧ ନିଜକୁ ଅଲକାଏଦା ସଦସ୍ୟ ବୋଲି କହିଥିବା ଜଣାଯାଇଛି । ଏଭଳି ଧମକପୂର୍ଣ୍ଣ ମେଲ ମିଳିବା ପରେ ଦିଲ୍ଲୀ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ସବୁଠି ପୁଲିସ ଛାଉଣି । ବିମାନବନ୍ଦରର ସବୁ ଟର୍ମିନାଲରେ କଡ଼ା ଚେକିଂ କରାଯାଉଛି ।
Powered by Froala Editor