କପଡ଼ା ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ଘଟଣା: ବନ୍ଧା ହେଲେ ପ୍ରଧାନ ଶିକ୍ଷକ ଗିରଫ
ବୌଦ୍ଧ: ବହୁ ଚର୍ଚ୍ଚିତ ବୌଦ୍ଧର କପଡ଼ା ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପ୍ରଧାନ ଶିକ୍ଷକ ସ୍ବାଧୀନ ପ୍ରଧାନଙ୍କୁ ଗିରଫ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ପରେ ଶ୍ରୀ ପ୍ରଧାନ ଫେରାର ହୋଇଯାଇଥିଲେ। ପୁଲିସ ଏହି ମାମଲାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନିଲମ୍ବିତ ପୁଲିସ ହାବିଲଦାର ଅଛନ୍ତି। ତାଙ୍କ ନାଁ ଦିଗନ୍ତ ପ୍ରଧାନ। ସେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରଧାନ ଶିକ୍ଷକ ସ୍ବାଧୀନ ପ୍ରଧାନଙ୍କୁ ଆଶ୍ରୟ ଦେବା ସହିତ ଫେରାର ହେବାରେ ସହଯୋଗ କରିଥିଲେ। ବୌଦ୍ଧ କପଡ଼ା ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲଙ୍କଠାରୁ ଟଙ୍କା ନେଇଥିଲେ ପ୍ରଧାନ ଶିକ୍ଷକ ସ୍ବାଧୀନ ପ୍ରଧାନ। ବୀରୁପାକ୍ଷ ସେହି ଟଙ୍କା ମାଗିବାରୁ ସ୍ବାଧୀନ ତାଙ୍କୁ ହତ୍ୟା କରିଥିଲେ।
ବ୍ୟବସାୟୀ ବୀରୁପାକ୍ଷ ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ଟଙ୍କା ଫେରାଇବାର ବାହାନା କରି କଦଳୀଗଡ଼ ନିକଟସ୍ଥ ତନ୍ତଗଡ଼ ଜଙ୍ଗଲକୁ ଡାକି ନେଇଥିଲେ ସ୍ୱାଧୀନ। ସେଠାରେ ଠେଙ୍ଗାରେ ଆକ୍ରମଣ କରିବା ସହ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ରହିଛି।
Powered by Froala Editor