ଘର ଭିତରେ ବିସ୍ଫୋରଣ ଘଟି ଭାଙ୍ଗିଲା କାନ୍ଥ, ୨ ଆହତ
ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟରେ ଭୟଙ୍କର ବିସ୍ଫୋରଣ। ଘର ଭିତରେ ବିସ୍ଫୋରଣ ଘଟି ଭାଙ୍ଗିଲା କାନ୍ଥ। ଖଲ୍ଳିକୋଟ ଅରବିନ୍ଦନଗର ଲେନ୍-୨ରେ ଥିବା ଏକ ଘରେ ଘଟିଛି ଏ ବିସ୍ଫୋରଣ। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଲୁହା ଗ୍ରୀଲ୍ ଉପୁ ପଡିବା ସହ କାନ୍ଥରେ ବଡ଼ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣରେ ୨ ଜଣ ଆହତ ହୋଇଛନ୍ତି।
ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।
Powered by Froala Editor