ମାଙ୍ଗାଲୁରୁରେ କରୋନାର ଇଟା ପ୍ରଜାତି ଚିହ୍ନଟ
ମାଙ୍ଗାଲୁରୁ: ଦକ୍ଷିଣ କର୍ଣ୍ଣାଟକର ମାଙ୍ଗାଲୁରୁରେ କରୋନାର ଇଟା ପ୍ରଜାତି ଚିହ୍ନଟ ହୋଇଛି । ମାଙ୍ଗାଲୁରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ୪ ମାସ ପୂର୍ବେ ଦୁବାଇରୁ ଆସିଥିବା ଜଣେ ଯାତ୍ରୀଙ୍କ ଆରଟିପିସିଆର ନମୁନାରେ ଏହି ପ୍ରଜାତି ଚିହ୍ନଟ ହୋଇଛି ବୋଲି ସ୍ପଷ୍ଟ ହୋଇଛି । ଉଲ୍ଲେଖଯୋଗ୍ୟ, ଚାରି ମାସ ପୂର୍ବେ ଜଣେ ରୋଗୀ ଦୁବାଇରୁ କର୍ଣ୍ଣାଟକ ଫେରିଥିଲେ । କର୍ଣ୍ଣାଟକ ପହଞ୍ଚିବା ପରେ ସେ କରୋନା ଟେଷ୍ଟ କରିଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କ ନମୁନାରେ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଜଣାପଡ଼ିଛି ଯେ, ତାଙ୍କ ନମୁନାରେ ଇଟା ପ୍ରଜାତି ଚିହ୍ନଟ ହୋଇଛି । ଇଟା ପ୍ରଜାତିରେ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ମୃତୁ୍ୟହାର ୨.୭ ପ୍ରତିଶତ ରହୁଛି । ପ୍ରଥମେ ବି୍ରଟେନ ଏବଂ ପରେ ନାଇଜେରିଆରେ ଡିସେମ୍ବର ୨୦୨୦ ରେ ଇଟା ପ୍ରଜାତି ଚିହ୍ନଟ ହୋଇଥିଲା । ଏହି ପ୍ରଜାତିକୁ ନେଇ ଏବେ ବିଭିନ୍ନ ରାଷ୍ଟ୍ରରେ ଗବେଷଣା ଜାରି ରହିଛି ।
Powered by Froala Editor