Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ...

  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ...

  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ...

  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ...

  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ...

  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ...

  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ...

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ...

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା ...

  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ...

ରାଜ୍ୟ
Home ›› ରାଜ୍ୟ ››କ୍ୟାବିନେଟ୍‌: ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

କ୍ୟାବିନେଟ୍‌: ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

2026-10-14 06:37:38
13964
Share:
Facebook
Twitter
E-Mail
WhatsApp
Telegram
କ୍ୟାବିନେଟ୍‌: ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ କୃଷକମାନଙ୍କ ପାଇଁ ସାର ଓ ବିହନର ସୁପରିଚାଳନା ନିମନ୍ତେ ୧୩୭୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ, ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କାର ନୂତନ ଯୋଜନା ଏବଂ କଟକରେ ମହାନଦୀ ରିଭର୍‌ ଫ୍ରଣ୍ଟର ସମନ୍ୱିତ ବିକାଶ ପ୍ରକଳ୍ପ ସାମିଲ ରହିଛି। ଏଥିସହ ରାଜ୍ୟର ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ୪୫୦ କୋଟି ଟଙ୍କା ବ୍ୟୟରେ ଦକ୍ଷତା ବିକାଶ ଯୋଜନା, ନବମ ଓ ଦଶମ ଶ୍ରେଣୀର ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ଏବଂ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏକ ଆଧୁନିକ ମତ୍ସ୍ୟବନ୍ଦର ନିର୍ମାଣ ଭଳି ପଦକ୍ଷେପ ଉପରେ କ୍ୟାବିନେଟ୍ ମୋହର ମାରିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନଠାରେ ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ୍) ର ୪୮ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ରାଜ୍ୟରେ କୃଷକମାନଙ୍କୁ ଉନ୍ନତମାନର ବିହନ ଓ ସାର ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ଓଏସସିଏମଏଫ ଲି. ଏବଂ ଓଏସଏସସି ଲି. ପାଇଁ କର୍ପସ୍ ପାଣ୍ଠି ଯୋଜନାକୁ ଆଗାମୀ ୪ବର୍ଷ (ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୨୯-୩୦) ପାଇଁ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି। ଏଥିନିମନ୍ତେ ମୋଟ ୧୩୭୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ମାର୍କଫେଡ୍ (ଓଏସସିଏମଏଫ)କୁ ୯୭୦ କୋଟି ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମକୁ ୪୦୦ କୋଟି ଟଙ୍କାର ରିଭଲଭିଂ କର୍ପସ୍ ପାଣ୍ଠି ପ୍ରଦାନ କରାଯିବ। ଏହା ମାଧ୍ୟମରେ କୃଷି ପାଇଁ ବିହନ ଓ ସାରର ଅଗ୍ରୀମ କ୍ରୟ ଏବଂ ମହଜୁଦ୍ ସମ୍ଭବ ହୋଇପାରିବ।
ସରକାର ଦକ୍ଷତା ବିକାଶ ଯୋଜନାରେ ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା କରିଛନ୍ତି। ୪୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ‘ଦକ୍ଷତା ବିକାଶ ଯୋଜନା’ କୁ ମଞ୍ଜୁରି ମିଳିଛି। ଆଗାମୀ ତିନିବର୍ଷରେ ଏହି ଯୋଜନା ମାଧ୍ୟମରେ ଯୁବକ-ଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତା, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଏବଂ ସାଇବର ସୁରକ୍ଷା ଭଳି ଅତ୍ୟାଧୁନିକ କ୍ଷେତ୍ରରେ ଡିଜିଟାଲ୍ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ସ୍କିଲ୍ ହବ୍’ ସ୍ଥାପନ କରାଯିବ। ଏହି ଯୋଜନା ମାଧ୍ୟମରେ ମୋଟ ୧.୧୭ ଲକ୍ଷ ଯୁବକ-ଯୁବତୀଙ୍କୁ ନିଯୁକ୍ତି-ସମ୍ପୃକ୍ତ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ସେହିଭଳି ସହରାଞ୍ଚଳ ଜଳବନ୍ଦୀ ସମସ୍ୟାର ସମାଧାନ ଏବଂ ବର୍ଷାଜଳ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦରେ “ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ” କୁ ଅନୁମୋଦନ କରାଯାଇଛି। ଅନ୍ୟ ଏକ ପ୍ରସ୍ତାବରେ, କଟକ ସହରରେ ମହାନଦୀ ଜଳତଟର ସମନ୍ୱିତ ବିକାଶ ତଥା ୫ବର୍ଷର ପରିଚାଳନା ପାଇଁ ଇପିସି ଚୁକ୍ତିକୁ ସରକାର ମଞ୍ଜୁରି ଦେଇଛନ୍ତି। ଏହି ପ୍ରକଳ୍ପରେ ନଦୀକୂଳ ଭ୍ରମଣ ପଥ (ପ୍ରୋମେନାଡ୍), ଲ୍ୟାଣ୍ଡସ୍କେପିଂ, ‘କଟକ ହାଟ’, ଆଙ୍କର ପାଭିଲିୟନ, ମୁକ୍ତାକାଶ ରଙ୍ଗମଞ୍ଚ ଏବଂ ଜଳାଶୟଗୁଡ଼ିକର ବିକାଶ କରାଯିବ। ସାମୁଦ୍ରିକ ଅର୍ଥନୀତିର ଉନ୍ନତି ପାଇଁ ପୁରୀ ଜିଲା ଅସ୍ତରଙ୍ଗ (ନୂଆଗଡ଼) ଠାରେ ଏକ ଆଧୁନିକ ମତ୍ସ୍ୟ ବନ୍ଦର ପର୍ଯ୍ୟାୟ-୨ର ନିର୍ମାଣ ନିମନ୍ତେ କ୍ୟାବିନେଟ୍ ଆର୍ଥିକ ବିଡ୍‌କୁ ଅନୁମୋଦନ ଦେଇଛି। ଏହାର ନିର୍ମାଣ ଖର୍ଚ୍ଚ ୧୯୩.୮୯ କୋଟି ଟଙ୍କା (ଜିଏସଟି ବ୍ୟତୀତ) ଆକଳନ କରାଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ “ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ” ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ସାଧାରଣ ବର୍ଗର ଛାତ୍ରଛାତ୍ରୀ (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବ୍ୟତୀତ) ମାଗଣାରେ ପାଠ୍ୟପୁସ୍ତକ ପାଇବେ। ଏହି ଯୋଜନା ପାଇଁ ଆଗାମୀ ୫ ବର୍ଷ (୨୦୨୪-୨୫ ରୁ ୨୦୨୮-୨୯) ନିମନ୍ତେ ୧୮୪.୦୬ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ବଲାଙ୍ଗୀର ଜିଲାରେ ଦୀର୍ଘକାଳୀନ ଜଳାଭାବ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସଇଁତଳା ବ୍ଲକ୍‌ ଅନ୍ତର୍ଗତ ତୁଷୁରା ଗ୍ରାମ ନିକଟରେ ତେଲ୍ ନଦୀର ଉପନଦୀ ଲାନ୍ଥ ନଦୀ ଉପରେ ଏକ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ଦିଆଯାଇଛି। ସେହିପରି କେନ୍ଦୁଝରଠାରେ (ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ) ୧୭୬.୮୩ କୋଟି ଟଙ୍କା ବ୍ୟୟରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର-ସହ-ତଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି।

Powered by Froala Editor

Tags Cabinet meeting

Related articles Odisha News Lens 4.1

  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ
    ଦେଶ-ଦେଶାନ୍ତର

    ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    14200
    Oct 12, 2026
  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14723
    Oct 12, 2026
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ
    ଦେଶ-ଦେଶାନ୍ତର

    ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14654
    Oct 13, 2026
  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...
    ଦେଶ-ଦେଶାନ୍ତର

    ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...

    15288
    Oct 13, 2026
  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ
    ଦେଶ-ଦେଶାନ୍ତର

    ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13544
    Oct 13, 2026
  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା
    ଦେଶ-ଦେଶାନ୍ତର

    ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    15146
    Oct 12, 2026
  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14710
    Oct 12, 2026
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ
    ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14572
    Oct 12, 2026
  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    15053
    Oct 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    15053
    Oct 12, 2026
  • ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14710
    Oct 12, 2026
  • ଦେଶ-ଦେଶାନ୍ତର

    ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13544
    Oct 13, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17177
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17867
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17822
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18240
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14557
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14664
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15669
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14343
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16079
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15803
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15031
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15558
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14031
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14723
    Oct 12, 2026
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14572
    Oct 12, 2026
  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    15053
    Oct 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In