ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର କଣ୍ଟ ଦେଲା ନାଗା ସଂଗଠନ
ଇମ୍ଫାଲ: ମଣିପୁର ହିଂସା ଥମିବାର ନା ଧରୁନି। ସ୍ଥିତି ଦିନକୁୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ମଣିପୁରର କାଙ୍ଗପୋକପି ଜିଲାରେ ୫୨ ବର୍ଷୀୟ ଅଜିନବୋଉ ଆର୍ଙ୍କ ହତ୍ୟା ପରେ ତାଙ୍କ କଟାମୁଣ୍ଡ ଫେରାଇବାକୁ ଦାବି ହୋଇଛି। ନାଗା ସଂଗଠନ ‘ଜଏଣ୍ଟ ଟ୍ରାଇବ୍ସ କାଉନସିଲ୍ ମଣିପୁର’ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ୪୮ ଘଣ୍ଟାର କଣ୍ଟ ଦେଇଛି। ମୃତକଙ୍କ କଟାମୁଣ୍ଡ ନ ମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ଶନିବାର ଦିନ ମାକୁଇ ଅଶାଙ୍ଗ ଗାଁରେ ଉଗ୍ରବାଦୀ ଆକ୍ରମଣ କରି ଅଜିନବୋଉଙ୍କୁ ହତ୍ୟା କରିଥିଲେ। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଅସ୍ତ୍ରଶସ୍ତ୍ର ଧରିଥିବା ବ୍ୟକ୍ତି ତାଙ୍କ କଟାମୁଣ୍ଡ ଧରିଥିବା ଦେଖିବାକୁ ମିଳିଥିଲା। ମୁଣ୍ଡ ବିହୀନ ମୃତଦେହକୁ ରବିବାର ରାତିରେ ଇମ୍ଫାଲ୍ର ଜବାହାରଲାଲ ନେହଡରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍କୁ ଅଣାଯାଇଥିଲା।
ସୂଚନାଯୋଗ୍ୟ ଯେ ମଣିପୁରରେ ନାଗା-କୁକି ହିଂସା ଯୋଗୁଁ ଶୁକ୍ରବାର ଓ ଶନିବାର ଦୁଇ ଦିନରେ ୧୦ ଜଣଙ୍କ ମୃତ୍ୟୁ ହେଲାଣି। ଉତ୍ତେଜନାକୁ ଦୃଷ୍ଟିରେ ରଖି କାଙ୍ଗପୋକପି ଓ କାମଜୋଙ୍ଗ ଜିଲାରେ ୨୪ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି।
Powered by Froala Editor