ଆଜି ପବିତ୍ର ମହାଳୟା
ପୁରୀ: ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ହେଉଛି ଶେଷ ଦିନ। ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା ରହିଛି। ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଥିବାରୁ ବିଭିନ୍ନ ତୀର୍ଥକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।ଶ୍ରୀକ୍ଷେତ୍ରରେ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରିବା ପାଇଁ ଶ୍ରଦ୍ଧାଳୁମାନେ ପୁରୀର ବିଭିନ୍ନ ତୀର୍ଥସ୍ଥାନ ଓ ପୁଷ୍କରିଣୀରେ ଭିଡ଼ ଜମାଇଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସେହିପରି ଭୁବନେଶ୍ୱରର ଏକାମ୍ର କ୍ଷେତ୍ରସ୍ଥିତ ବିନ୍ଦୁସାଗରରେ ମଧ୍ୟ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରୁଛନ୍ତି।
Powered by Froala Editor