Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ...

  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ...

  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ...

  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ...

  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ ...

  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ...

  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ...

  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

ରାଜ୍ୟ
Home ›› ରାଜ୍ୟ ››ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ାପାଳନ ଯୋଜନା’ର ଶୁଭାରମ୍ଭ, ୨୦୩୬ ମସିହା ସୁଦ୍ଧା ବାର୍ଷିକ ଏକ ହଜାର କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ

ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ାପାଳନ ଯୋଜନା’ର ଶୁଭାରମ୍ଭ, ୨୦୩୬ ମସିହା ସୁଦ୍ଧା ବାର୍ଷିକ ଏକ ହଜାର କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ

2026-10-10 07:28:34
14500
Share:
Facebook
Twitter
E-Mail
WhatsApp
Telegram
ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ାପାଳନ ଯୋଜନା’ର ଶୁଭାରମ୍ଭ, ୨୦୩୬ ମସିହା ସୁଦ୍ଧା ବାର୍ଷିକ ଏକ ହଜାର କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ

ଭୁବନେଶ୍ୱର: ସ୍ଥାନୀୟ ପ୍ରାଣିଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ଵାରା ବିଶ୍ଵ ଅଣ୍ଡା ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ନୂତନ ଯୋଜନା ‘ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ାପାଳନ ଯୋଜନା’ର ଶୁଭାରମ୍ଭ କରିଥିଲେ । ଓଡ଼ିଶା ଭିଜନ-୨୦୩୬କୁ ଆଖି ଆଗରେ ରଖି ରାଜ୍ୟରେ ୨୦୩୬ ମସିହା ସୁଦ୍ଧା ବାର୍ଷିକ ଏକ ହଜାର କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । 

ଯୋଜନା ବିଷୟରେ ଆଲୋଚନା କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅଣ୍ଡାର ଆବଶ୍ୟକତା ପୂରଣ କରିବା ସହ ପୋଲଟ୍ରି କ୍ଷେତ୍ରରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଭାବେ ରାଜ୍ୟ  ସରକାର  ‘କମର୍ସିଆଲ୍ ଲେୟାର ଫାର୍ମିଂ ଯୋଜନା (CLFY)’ର ଆରମ୍ଭ କରିଛନ୍ତି ।  ଏହି ଯୋଜନା ଅଧୀନରେ ୨୫,୦୦୦ ରୁ ଅଧିକ କ୍ଷମତାବିଶିଷ୍ଟ ଆଧୁନିକ ସ୍ୱୟଂଚାଳିତ (automated) କମର୍ସିଆଲ୍ ଲେୟାର/ପୁଲେଟ୍ ଫାର୍ମ ପ୍ରତିଷ୍ଠା ପାଇଁ ରିହାତି ଯୋଗାଇ ଦିଆଯିବ। ସର୍ବାଧିକ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ ସହ ବ୍ୟାଙ୍କ ଋଣ କ୍ଷେତ୍ରରେ ଉଦ୍ୟୋଗୀଙ୍କ ସୁଧ ଭାର କମାଇବା ପାଇଁ 'ମିରର ଆକାଉଣ୍ଟ' (Mirror Account) ମାଧ୍ୟମରେ ଅଗ୍ରିମ ସବସିଡି ମଧ୍ୟ ପ୍ରଦାନ କରାଯିବ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନର ବର୍ତ୍ତମାନ ସ୍ଥିତି ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ବିଷୟରେ ତଥ୍ୟ ରଖି କହିଛନ୍ତି ଯେ  ଆମ ରାଜ୍ୟରେ ଏବେ ଦୈନିକ ପ୍ରାୟ ୧ କୋଟି ୧୨ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି। ଏ ମଧ୍ୟରେ ରାଜ୍ୟର ୧୮୯ ଟି ବ୍ୟବସାୟିକ ଲେୟର ଫାର୍ମ, ଅର୍ଦ୍ଧବ୍ୟବସାୟିକ ଲେୟର⁹ ଫାର୍ମ ଓ ବାଡି ଅଗଣାରେ କୁକୁଡ଼ା ପାଳନରୁ ଉତ୍ପାଦିତ ଅଣ୍ଡା ସନ୍ନିବେଶିତ । ଏ ସମସ୍ତ ପ୍ରକାରର ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଛନ୍ତି । ପ୍ରାଣିସମ୍ପଦ ସମୃଦ୍ଧି ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷରେ ୪୩,୦୦୦ ହିତାଧିକାରୀଙ୍କୁ ବାଡି ଅଗଣାରେ କୁକୁଡ଼ାପାଳନ ପାଇଁ ଶତ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ବତକ ପାଳନ ପାଇଁ ୨ ଲକ୍ଷ ୬୪ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଅର୍ଦ୍ଧ ବ୍ୟବସାୟିକ ଲେୟର ଫାର୍ମ ନିମନ୍ତେ ହଜାରେ ଅଣ୍ଡାଦିଆ କୁକୁଡ଼ାରୁ ଆରମ୍ଭ କରି ୪ ହଜାର ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ ୫୦ ରୁ ୬୦ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ସହାୟତା ସର୍ବାଧିକ ୧୯ ଲକ୍ଷ ୭୪ ହଜାର ଟଙ୍କାର ରହିଛି। ବଡ ଧରଣର ଲେୟର ଫାର୍ମ ପ୍ରତିଷ୍ଠା ପାଇଁ ଉଦ୍ଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହୟତା ଯୋଗାଇ ଦିଆଯାଉଛି ଏବଂ ଏବେ ୨୫,୦୦୦ ରୁ ଅଧିକ କ୍ଷମତା ବିଶିଷ୍ଟ ଆଧୁନିକ ସ୍ୱୟଂଚାଳିତ (Automated) କମର୍ସିଆଲ୍ ଲେୟାର/ପୁଲେଟ୍ ଫାର୍ମ ପ୍ରତିଷ୍ଠା ପାଇଁ ସର୍ବାଧିକ ୧୦ କୋଟି ଟଙ୍କା ପର୍ଯନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏ ସମସ୍ତ ଯୋଜନାର ରୂପାୟନକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଣ୍ଡା ଉତ୍ପାଦନରେ ଆଶାଜନକ ବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ଆମ ରାଜ୍ୟରେ ଏବେ ମୁଣ୍ଡପିଛା ଅଣ୍ଡାର ଉପଲବ୍ଧତା ବାର୍ଷିକ ୮୭ ଟି ଅଣ୍ଡା ଥିବାବେଳେ  ଭାରତ ବର୍ଷରେ ଏହି ସଂଖ୍ୟା ୧୦୬ ରହିଛି । ଆମେ ଏହାକୁ ଆଗାମୀ ୨୦୨୯ ବେଳକୁ ସର୍ବଭାରତୀୟ ସ୍ତର ସହ ସମାନ କରି ପରବର୍ତ୍ତୀ ସମୟରେ ଅଣ୍ଡା ଉତ୍ପାଦନରେ ଦେଶର ପ୍ରଥମ ୫ ଟି ରାଜ୍ୟ ଭିତରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଗତ ଅଢେଇ ବର୍ଷ ମଧ୍ୟରେ କୁକୁଡ଼ା ପାଳନ ପାଇଁ ପ୍ରାୟ ୫୧୨ କୋଟି ଟଙ୍କାର ଆର୍ଥିକ ସହାୟତା କୁକୁଡ଼ାପାଳକ ଓ ଉଦ୍ଯୋଗୀମାନଙ୍କୁ ପ୍ରଦାନ କରାଯାଇଛି।  

Powered by Froala Editor

Tags commercial layer farming scheme

Related articles Odisha News Lens 4.1

  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    15243
    Oct 08, 2026
  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ
    ଦେଶ-ଦେଶାନ୍ତର

    ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ

    15480
    Oct 10, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    15147
    Oct 08, 2026
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14214
    Oct 10, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...

    14583
    Oct 09, 2026
  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର
    ଦେଶ-ଦେଶାନ୍ତର

    ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର

    13908
    Oct 09, 2026
  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'
    ଦେଶ-ଦେଶାନ୍ତର

    ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15030
    Oct 10, 2026
  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...
    ଦେଶ-ଦେଶାନ୍ତର

    କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...

    15671
    Oct 09, 2026
  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ

    14000
    Oct 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର

    13908
    Oct 09, 2026
  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    14583
    Oct 09, 2026
  • ଦେଶ-ଦେଶାନ୍ତର

    କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ

    15671
    Oct 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17164
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17855
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17813
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18230
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14456
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14561
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15570
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14242
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15980
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15552
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14838
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15544
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14016
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13953
    Oct 08, 2026
  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ

    15480
    Oct 10, 2026
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14214
    Oct 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In