Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ...

  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ...

  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ...

  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ...

  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ ...

  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ...

  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ...

  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

ରାଜ୍ୟ
Home ›› ରାଜ୍ୟ ››ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭. ୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି

ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭. ୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି

2026-10-10 06:56:00
15227
Share:
Facebook
Twitter
E-Mail
WhatsApp
Telegram
ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭. ୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର: ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ସାମୂହିକ ସହଯୋଗ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭. ୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି।
ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ସେମାନଙ୍କ ଅବଦାନକୁ ବିଦ୍ୟାଳୟର ବିକାଶରେ ବିନିଯୋଗ କରିବା ଦିଗରେ ପଞ୍ଚସଖା ଶିକ୍ଷା ସେତୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହେବା ସହ ଶିକ୍ଷଣ ପରିବେଶକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ ଜାରି ରହିଛି । ଚଳିତ ବୈଠକରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ପକ୍ଷରୁ ମୋଟ ୨ କୋଟି ୫୭ ଲକ୍ଷ ୯୦ ହଜାର ୮୧୦ ଟଙ୍କାର ଆର୍ଥିକ ଅବଦାନ ମିଳିଛି । ଏହି ଅବଦାନ ସହ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଦୁଇଗୁଣା ଅନୁଦାନକୁ ମିଶାଇ ମୋଟ ୭ କୋଟି ୭୩ ଲକ୍ଷ ୭୨ ହଜାର ୪୩୦ ଟଙ୍କାର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି । ଏହାଦ୍ୱାରା ସମାଜର ସାମୂହିକ ସହଯୋଗକୁ ଶିକ୍ଷାର ବିକାଶରେ ଉପଯୋଗ କରାଯାଇ ବିଦ୍ୟାଳୟଗୁଡ଼ିକର ବିକାଶ ହୋଇପାରିବ। ମଞ୍ଜୁରିପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବିଦ୍ୟାଳୟର ଶ୍ରେଣୀଗୃହ ମରାମତି, ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି, ପାଚେରି ନିର୍ମାଣ, ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ, ଫାଟକ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ସ୍ଥାପନ ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରାଯିବ । ଏହି ପଦକ୍ଷେପଗୁଡ଼ିକ ବିଦ୍ୟାଳୟ ପରିବେଶକୁ ଅଧିକ ସୁରକ୍ଷିତ, ସୁନ୍ଦର ଓ ଶିକ୍ଷା ଅନୁକୂଳ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି କରିବ । ଚଳିତ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଯାଜପୁର ଓ କଟକ ଜିଲ୍ଲାରୁ ସର୍ବାଧିକ ଆର୍ଥିକ ଅବଦାନ ମିଳିଛି । ଏହା ବିଦ୍ୟାଳୟର ବିକାଶ ପ୍ରତି ପୁରାତନ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନଗୁଡିକର ଆଗ୍ରହ, ଦାୟିତ୍ୱବୋଧ ଏବଂ ସହଭାଗିତାକୁ ପ୍ରତିଫଳିତ କରୁଛି ।
ବୈଠକରେ ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ଅଧ୍ୟକ୍ଷତା କରିଥିଲେ । ସେ ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ବିଦ୍ୟାଳୟର ସାମଗ୍ରିକ ବିକାଶରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।

ପୁରାତନ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ଚଳିତ ବୈଠକରେ ଦୁଇଟି ନୂତନ କାର୍ଯ୍ୟକ୍ରମ ‘ଆଲୁମ୍ନି ପଡକାଷ୍ଟ’ ଓ ‘ଡିଷ୍ଟ୍ରିକ୍ଟ ସ୍ପଟଲାଇଟ୍’ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୁମ୍ନି ପଡକାଷ୍ଟ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯିବ । ସେମାନଙ୍କ ଶିକ୍ଷାଜୀବନୀ, ସଂଘର୍ଷ, ଅନୁଭୂତି ଓ ସଫଳତାର କାହାଣୀ ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଆଗେଇ ଆସିବାକୁ ପ୍ରେରିତ କରିବ । 

Powered by Froala Editor

Tags Panchasakha

Related articles Odisha News Lens 4.1

  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ

    13994
    Oct 09, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...

    14577
    Oct 09, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    15141
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    15237
    Oct 08, 2026
  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...
    ଦେଶ-ଦେଶାନ୍ତର

    କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...

    15665
    Oct 09, 2026
  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ
    ଦେଶ-ଦେଶାନ୍ତର

    ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ

    15470
    Oct 10, 2026
  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'
    ଦେଶ-ଦେଶାନ୍ତର

    ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15020
    Oct 10, 2026
  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର
    ଦେଶ-ଦେଶାନ୍ତର

    ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର

    13902
    Oct 09, 2026
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14202
    Oct 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15020
    Oct 10, 2026
  • ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    15237
    Oct 08, 2026
  • ଦେଶ-ଦେଶାନ୍ତର

    ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14202
    Oct 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17164
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17855
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17813
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18230
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14455
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14560
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15569
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14241
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15979
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15546
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14833
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15544
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14016
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପରଲୋକରେ ଅଭିନେତା ନାନା ପାଟେକର

    15237
    Oct 08, 2026
  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ

    15665
    Oct 09, 2026
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14202
    Oct 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In