୧୩ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ଭୋଟ୍ ଦେଇ ଚୟନ କରିବେ ପ୍ରତିନିଧି
ଭୁବନେଶ୍ୱର:ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଏଥର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହ ଆଉ ୩ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ନକରି ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ନେତା ବଛାଯିବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଭାଗର ସୂଚନା ଅନୁସାରେ, ନିର୍ଦ୍ଦିଷ୍ଟ ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ଭୋଟ୍ ଦେଇ ସେମାନଙ୍କ ପ୍ରତିନିଧି ଚୟନ କରିବେ।
ଅନ୍ୟପକ୍ଷରେ, ୩ଟି ବିଶ୍ୱବିଦ୍ୟାଳୟରେ ସିଧାସଳଖ ନିର୍ବାଚନ ହେବ ନାହିଁ। ସେଠାରେ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ନେତା ଚୟନ କରାଯିବ। ଏହି ତାଲିକାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରହିଛି। ଏହା ସହ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ ଚୟନ ମାଧ୍ୟମରେ ଛାତ୍ର ନେତା ବଛାଯିବେ।
Powered by Froala Editor