ବଡ଼ ବର୍ଷା: ଏହି ଜିଲ୍ଲାକୁ ରେଡ୍ ୱାର୍ନିଂ
ଭୁବନେଶ୍ୱର: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ ୱାର୍ନିଂ, ୨୪, ୨୫ ପାଇଁ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ରେଡ୍ ୱାର୍ନିଂ ଜାରି କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନେ ସତର୍କ ରହିବେ। ଋଷିକୁଲ୍ୟା ଓ ବଂଶଧାରାରେ ଜଳସ୍ତର ବହୁତ କମ ରହିଛି, ସମସ୍ୟା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
କଳିଙ୍ଗପାଟନମରୁ ୩୩୦ କିମି, ବିଶାଖାପାଟଣାରୁ ୪୧୦ କିମି ଦୂରରେ ରହିଥିବା ବେଳେ ୨୩ ରାତି ଓ ୨୪ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ ସମ୍ଭାବନା ରହିଛି । ଗଭୀର ଅବପାତର ରୂପ ନେଇ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି ।
Powered by Froala Editor