Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ...

  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ...

  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ...

  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ...

  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ...

  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ...

  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ...

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ...

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା ...

  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ...

ରାଜ୍ୟ
Home ›› ରାଜ୍ୟ ››ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର ପ୍ରଚଳନ କଲା

ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର ପ୍ରଚଳନ କଲା

2026-09-21 05:35:03
14312
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର ପ୍ରଚଳନ କଲା

ଏହି ପ୍ରକାଶନ ୪୫ଟି କାରିଗରୀ ପୁଞ୍ଜକୁ ନେଇ ନଅମାସ ଧରି କରାଯାଇଥିବା ଗବେଷଣାର ଫଳାଫଳ, ଯେଉଁଥିରେ ୨୫୫ରୁ ଅଧିକ କାରିଗର ନିୟୋଜିତ ହୋଇଥିଲେ ଏବଂ ଏଥିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା, ଦୃଶ୍ୟମାନ ନଥିପତ୍ର ଓ କାରିଗରମାନଙ୍କର ଜୀବନୀକୁ ଏକତ୍ରିତ କରାଯାଇଛି

ଭୁବନେଶ୍ୱର, ସେପ୍ଟେମ୍ବର ୨୦, ୨୦୨୬: ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ) ପକ୍ଷରୁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର୍‌ (ଓଆର୍‌ସି) ଅଡିଟୋରିୟମ୍‌, ଭୁବନେଶ୍ୱର ଠାରେ ଓସିଓ ସିମ୍ପୋସିୟମ୍‌ ୨୦୨୬, ମ୍ୟାପିଂ ଟ୍ରାଞ୍ଜିସନ୍‌ସ୍‌: ଆର୍ଟ, କ୍ରାଫ୍ଟ, ଆଣ୍ଡ୍‌ ଦି ଏଥ୍‌ନୋଗ୍ରାଫିକ୍‌ ଟର୍ଣ୍ଣର ସମାପନ ଅଧିବେଶନ କାଳରେ ଓଡ଼ିଶାର ଚାନ୍ଦୁଆ ପରମ୍ପରା ଏବଂ ତାହାକୁ ବଜାୟ ରଖିଥିବା ଗୋଷ୍ଠୀ, ଜ୍ଞାନ ଓ ଶ୍ରମ ସମ୍ପର୍କିତ ବିସ୍ତୃତ ତଥ୍ୟ ସ୍ଥାନ ପାଇଥିବା ଏକ ଦ୍ୱିଭାଷୀ ପ୍ରକାଶନ ‘ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର୍‌’ ଉନ୍ମୋଚିତ ହୋଇଥିଲା ।

ମୁଖ୍ୟ ଅତିଥି ଶ୍ରୀ ବିଶାଲ୍‌ କୁମାର ଦେବ, ଆଇଏଏସ୍‌, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ଏବଂ ଇ ଆଣ୍ଡ୍‌ ଆଇଟି ବିଭାଗ, ଓଡ଼ିଶା ସରକାର ଏବଂ ସମ୍ମାନନୀୟ ଅତିଥି ଶ୍ରୀ ରାଜୀବ ସେଠୀ, ଭାରତୀୟ ଡିଜାଇନର୍‌ ଓ ସିନୋଗ୍ରାଫର୍‌ ତଥା ପଦ୍ମ ଭୂଷଣ ସମ୍ମାନ ବିଜେତାଙ୍କ ଉପସ୍ଥିତିରେ ଏହି ପ୍ରକାଶନ ଉନ୍ମୋଚିତ ହୋଇଥିଲା । ଏହାର ଉନ୍ମୋଚନ ସହିତ ଏକ ଦିବସୀୟ ବ୍ୟାପୀ ବିଚାର ଆଲୋଚନାର ପରିସମାପ୍ତି ଘଟିଥିଲା, ଯେଉଁଥିରେ କଳାକାର, ଗବେଷକ, ଡିଜାଇନର୍‌, ସାଂସ୍କୃତିକ ପ୍ରଦର୍ଶନକାରୀ ଏବଂ ପ୍ରତିଷ୍ଠାନଗୁଡିକର ସ୍ୱର କଳା, କାରିଗରୀ ଓ ନୃତାତ୍ତ୍ୱିକ ଅଭ୍ୟାସ ମଧ୍ୟରେ ବିକାଶଶୀଳ ସମ୍ପର୍କ ବିଷୟରେ ପରୀକ୍ଷା ନିରୀକ୍ଷା କରିବାକୁ ଏକତ୍ରିତ ହୋଇଥିଲେ ।

ଓଡ଼ିଶା କ୍ରାଫ୍ଟ ଓଡିସି ଦ୍ୱାରା ପ୍ରକାଶିତ ‘ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର୍‌’ରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ଲକ୍ଷ୍ୟର ଊର୍ଦ୍ଧରେ ଓଡ଼ିଶାର ଚାନ୍ଦୁଆ ପରମ୍ପରାଗୁଡିକ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା, ଦୃଶ୍ୟମାନ ନଥିପତ୍ର ଏବଂ କାରିଗରମାନଙ୍କର ଜୀବନୀ ଆଦିକୁ ଏକତ୍ରିତ କରାଯାଇଛି । ଏହି ପ୍ରକାଶନରେ ଚାନ୍ଦୁଆ ସହିତ ସଂଯୁକ୍ତ ଶବ୍ଦାବଳୀ, ସାମଗ୍ରୀ, କୌଶଳ, ସାଂସ୍କୃତିକ ପରିପ୍ରେକ୍ଷୀ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସଗୁଡିକ ସମ୍ପର୍କିତ ତଥ୍ୟ ସ୍ଥାନପାଇଛି ଏବଂ ଏହାର ବର୍ଣ୍ଣନାର କେନ୍ଦ୍ର ସ୍ଥଳରେ ଏହାର ପ୍ରସ୍ତୁତିକାରୀମାନଙ୍କର ଅନୁଭୂତି ଓ ଜ୍ଞାନକୁ ସ୍ଥାନିତ କରାଯାଇଛି ।

୨୦୨୬ ସଂସ୍କରଣ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ପ୍ରକାଶିତ ହୋଇଛି ଏବଂ ଏହାର ସମ୍ପାଦନା କରିଛନ୍ତି ପ୍ରେମ୍‌ଜୀଶ୍‌ ଆଚାରୀ ଓ ଶିବଦାସ ସେନ୍‌ଗୁପ୍ତ । ଗବେଷଣା ଓ ତଥ୍ୟ ସଂକଳନ କାର୍ଯ୍ୟ ଓସିଓ ଫେଲୋସିପ୍‌ ପ୍ରୋଗ୍ରାମ୍‌ ୨୦୨୫-୨୬ ଜରିଆରେ କରାଯାଇଥିବାବେଳେ ମଧୁଲିକା ଏସ୍‌. ନାଇଡୁ ରିସର୍ଚ୍ଚ ଫେଲୋ ଏବଂ ରାଜ୍‌ ମୌର୍ଯ୍ୟ ଆର୍କାଇଭିଷ୍ଟ୍‌ ଫେଲୋ ଭାବରେ କାର୍ଯ୍ୟ କରିଥିଲେ । ସେମାନଙ୍କର କାର୍ଯ୍ୟ କରିଗରୀ ଜ୍ଞାନର ସଂଚରଣ, କୌଶଳ ଓ କାର୍ଯ୍ୟାଭ୍ୟାସଗୁଡିକର ବିବର୍ତ୍ତନ ଏବଂ ଏହି ପରମ୍ପରା ନିରନ୍ତର ଭାବରେ କାର୍ଯ୍ୟକାରୀ ହେଉଥିବା ପରିବର୍ତ୍ତନଶୀଳ ପରିପ୍ରେକ୍ଷୀଗୁଡିକ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ ଗବେଷଣା ଏବଂ ଅଭିଲେଖୀୟ ବିଷୟଗୁଡିକୁ ଏକତ୍ରିତ କରିଛି ।

ଏହି ପ୍ରକାଶନ ୪୫ଟି କାରିଗରୀ ପୁଞ୍ଜରେ ନଅମାସ ଧରି ବ୍ୟାପକ ଗବେଷଣାର ଫଳ ଅଟେ, ଯେଉଁଥିରେ କ୍ଷେତ୍ର ଭିତ୍ତିକ ଗବେଷଣା, ଅଭିଲେଖୀୟ ଦସ୍ତାବିଜ, ଦୃଶ୍ୟମାନ ତଥ୍ୟାବଳୀ ଏବଂ କାରିଗରମାନଙ୍କର ବିବରଣୀ ଆଦିର ସମ୍ମିଶ୍ରଣ ଘଟିଛି । ଗବେଷଣାରେ କେବଳ ଚାନ୍ଦୁଆ ସହିତ ସଂଯୁକ୍ତ ରୂପ ଓ କୌଶଳଗୁଡିକ ଲିପିବଦ୍ଧ ହୋଇନାହିଁ, ତାହାସହିତ ଏହି ପରମ୍ପରାକୁ ବଜାୟ ରଖିଥିବା ଜ୍ଞାନ, କାର୍ଯ୍ୟଗତ ପ୍ରକ୍ରିୟାସମୂହ ଏବଂ ଜୀବନ୍ତ ଅନୁଭୂତିଗୁଡିକ ରହିଛି ।

ପ୍ରକାଶନ ସମ୍ପର୍କରେ ପ୍ରକାଶ କରି ସନ୍ଦୀପ ହୋତା, ସହ-ପ୍ରତିଷ୍ଠାତା ଏବଂ ମ୍ୟାନେଜିଂ ଡାଇରେକ୍ଟର୍‌, ବିଇଏଡିଏସ୍‌ ଏବଂ ଆଡ୍‌ଭାଇଜରୀ ବୋର୍ଡ ସଦସ୍ୟ, ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ) କହିଥିଲେ, “ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର୍‌କୁ ନେଇ ଆମେ ଚାନ୍ଦୁଆର ଦୃଶ୍ୟଗତ ପରିଚୟର ଊର୍ଦ୍ଧକୁ ଯିବା ଏବଂ ଏହି ପରମ୍ପରାକପୁ ବଜାୟ ରଖିଥିବା ଜ୍ଞାନ, ଶ୍ରମ ତଥା ଜୀବନ୍ତ ଅନୁଭୂତିଗୁଡିକର ତଥ୍ୟାବଳୀ ଲିପିବଦ୍ଧ କରିବାକୁ ଚାହିଁଥିଲୁ । ଓସିଓ ପାଇଁ ଏହି ପ୍ରକାଶନ ଓଡ଼ିଶାର କାରିଗରୀ ପରିବ୍ୟବସ୍ଥା ସହିତ ଏକ ଦୀର୍ଘ ନିୟୋଜନତାର ଅଂଶ ଅଟେ, ଯେଉଁଠାରେ ଗବେଷଣା ଏବଂ ତଥ୍ୟାବଳୀ ଲିପିବଦ୍ଧ କାର୍ଯ୍ୟ ଅଧ୍ୟୟନ କରାଯାଉଥିବା ଗୋଷ୍ଠୀ ଓ କାର୍ଯ୍ୟରେ ରୂପାୟନକାରୀଙ୍କ ସହିତ ନିବିଡ ଭାବରେ ସଂଯୁକ୍ତ । ୪୫ଟି କାରିଗରୀ ପୁଞ୍ଜରେ ନଅମାସ ଧରି କ୍ଷେତ୍ରସ୍ତରୀୟ କାର୍ଯ୍ୟ ଏବଂ ସେଥିରେ ୨୫୫ରୁ ଅଧିକ କାରିଗରଙ୍କୁ ନିୟୋଜିତ କରିବା ଘଟଣା ଆମକୁ ଚାନ୍ଦୁଆ ଏବଂ ଏହାର କାର୍ଯ୍ୟାଭ୍ୟାସକୁ ରୂପ ଦେଉଥିବା ଲୋକମାନଙ୍କର ଏକ ଅଧିକ ମୂଳଗତ ବୋଧଗମ୍ୟତା ତିଆରି କରିବାକୁ ସୁଯୋଗ ଦେଇଛି ।” 

ଶିବଦାସ ସେନ୍‌ଗୁପ୍ତ, ଏଡିଟର, ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର୍‌ କହିଥିଲେ, “ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର୍‌ ପ୍ରସ୍ତୁତ କରିବା ଚାନ୍ଦୁଆ ସମ୍ପର୍କରେ ଏହାର ଅନେକ ସ୍ତର ସମ୍ପର୍କରେ ବୁଝିବାର ଉଦ୍ୟମ ଥିଲା, ଯେଉଁଥିରେ ରହିଛି- ଏହାର ସାମଗ୍ରୀ ଓ କୌଶଳ, ତାହାସହିତ ସ୍ମୃତିଗୁଡିକ, କାର୍ଯ୍ୟ ପ୍ରକ୍ରିୟା, ଇତିହାସ ଏବଂ ଏହାକୁ ନେଇ ରହିଥିବା ସମ୍ପର୍କଗୁଡିକ । କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆମକୁ ଚାନ୍ଦୁଆ ସହିତ ଏକ ସ୍ଥିର ପରମ୍ପରା ଭାବରେ ନୁହେଁ, ବରଂ ଏହାର ପ୍ରସ୍ତୁତକାରୀମାନଙ୍କ ଦ୍ୱାରା ଏହାକୁ ନେଇ ନିରନ୍ତର ଚାଲିଥିବା ବିଚାର ବିମର୍ଷ ଏବଂ ସମାଯୋଜନ ପ୍ରକ୍ରିୟାର ଏକ ଜୀବନ୍ତ କାର୍ଯ୍ୟଧାରା ସହିତ ମୁହାଁମୁହିଁ ହେବାକୁ ସୁଯୋଗ ଦେଇଥିଲା ।”

ଓସିଓ ସିମ୍ପୋସିୟମ୍‌ ୨୦୨୬ ‘ମ୍ୟାପିଂ ଟାଞ୍ଜିସନ୍‌ସ୍‌ ଆର୍ଟ, କ୍ରାଫ୍ଟ, ଆଣ୍ଡ୍‌ ଦି ଏଥ୍‌ନୋଗ୍ରାଫିକ ଟର୍ଣ୍ଣ’କୁ ନେଇ ଆୟୋଜିତ ହୋଇଥିଲା, ଯେଉଁଥିରେ ତିନିଟି ମଣ୍ଡଳୀ କଳା, କାରିଗରୀ, ଗବେଷଣା ଏବଂ ସଂସ୍ଥାନଗତ କାର୍ଯ୍ୟାଭ୍ୟାସର ବିବିଧ ଛେଦବିନ୍ଦୁଗୁଡିକ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିଥିଲେ । ମଣ୍ଡଳୀ (ପ୍ୟାନେଲ୍‌) ୧, “ଆର୍ଟ ଆଜ୍‌ ସୋସିଆଲ ପ୍ରାକ୍ଟିସ- ଆର୍ଟିଷ୍ଟସ୍‌ ଆଜ୍‌ ଏଥ୍‌ନୋଗ୍ରାଫରସ୍‌: ରିମାଇଜିନିଂ ଲୋକାଲ ନଲେଜ୍‌ ସିଷ୍ଟମସ୍‌,” କୁ ପ୍ରେମ୍‌ଜୀଶ୍‌ ଆଚାରୀ ପରିଚାଳନା କରିଥିବାବେଳେ ଏଥିରେ ଜୀବେଶ ବାଗ୍‌ଚୀ, ଅନୁପମ ରୟ ଏବଂ ବିଷ୍ଣୁ ମହାପାତ୍ର ପ୍ରମୁଖ ସ୍ଥାନ ପାଇଥିଲେ । ପ୍ୟାନେଲ୍‌ ୨, “ଦି ଇନ୍‌ଷ୍ଟିଚ୍ୟୁସନାଲ୍‌ ବ୍ରିଜ୍‌- ଇନ୍‌ଷ୍ଟିଚ୍ୟୁସନ ବିଲ୍‌ଡିଂ ବିଟ୍ୱିନ୍‌ ଆର୍ଟ, କ୍ରାଫ୍ଟ, ଆଣ୍ଡ୍‌ ଆନ୍ଥ୍ରୋପୋଲୋଜି,”କୁ ଚାରୁଦତ୍ତ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ଏଥିରେ ମନିଶା ଅହମ୍ମଦ, ରିଚା ଅଗ୍ରୱାଲ ଏବଂ ସିଦ୍ଧାର୍ଥ ମହାନ୍ତି ସ୍ଥାନ ପାଇଥିଲେ । ପ୍ୟାନେଲ ୩, “ଦି ଆପ୍ଲିକ୍‌ ଆର୍ଟିସାନ୍‌- ଏଜେନ୍ସି, ଆଡାପ୍‌ଟେସନ ଆଣ୍ଡ୍‌ ଇଭୋଲ୍ୟୁସନ୍‌,”କୁ ଶିବଦାସ ସେନ୍‌ଗୁପ୍ତ ପରିଚାଳନା କରିଥିଲେ ଏବଂ ଉକ୍ତ ପ୍ୟାନେଲ୍‌ରେ ରାଜ୍‌ ମୌର୍ଯ୍ୟ, ଦେବୀ ପ୍ରସନ୍ନ ନନ୍ଦ ଏବଂ ଜଗନ୍ନାଥ ପଣ୍ଡା ସ୍ଥାନ ପାଇଥିଲେ । 

ସିିମ୍ପୋସିୟମ୍‌ରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରାଜୀବ ସେଠୀ, ପ୍ରେମଜୀଶ୍‌ ଆଚାରୀ, ଶିବଦାସ ସେନ୍‌ଗୁପ୍ତ, ଜୀବେଶ ବାଗ୍‌ଚୀ, ଅନୁପମ ରୟ, ପ୍ରଫେସର ବିଷ୍ଣୁ ମହାପାତ୍ର, ଚାରୁଦତ୍ତ ପାଣିଗ୍ରାହୀ, ମନିଶା ଅହମ୍ମଦ, ରିଚା ଅଗ୍ରୱାଲ, ସିଦ୍ଧାର୍ଥ ମହାନ୍ତି, ରାଜ୍‌ ମୌର୍ଯ୍ୟ, ଦେବୀ ପ୍ରସନ୍ନ ନନ୍ଦ ଏବଂ ଜଗନ୍ନାଥ ପଣ୍ଡା ପ୍ରମୁଖ କଳାକାର, କ୍ୟୁରେଟର, ଗବେଷକ, ଡିଜାଇନର ଏବଂ ସାଂସ୍କୃତିକ କର୍ମୀମାନେ ସମବେତ ହୋଇଥିଲେ । ଆଲୋଚନାରେ ସ୍ଥାନୀୟ ଜ୍ଞାନ ବ୍ୟବସ୍ଥାସହିତ କଳାତ୍ମକ ନିୟୋଜନତା, କଳା, କାରିଗରୀ ଓ ନୃତତ୍ତ୍ୱକୁ ସଂଯୁକ୍ତ କରୁଥିବା ସଂସ୍ଥାନସମୂହର ଭୂମିକା ଏବଂ ପରିବର୍ତ୍ତିତ ପରିପ୍ରେକ୍ଷୀ ପ୍ରତି କାରିଗର ଓ ହସ୍ତଶିଳ୍ପ କାର୍ଯ୍ୟଗୁଡିକ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ସେ ସମ୍ପର୍କିତ ବିଷୟଗୁଡିକ ସ୍ଥାନ ପାଇଥିଲା ।

‘ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର୍‌’ ଓଡ଼ିଶା କ୍ରାଫ୍ଟ ଓଡିସି ପକ୍ଷରୁ ଓଡ଼ିଶାର କାରିଗରୀ ପରିବ୍ୟବସ୍ଥା ସହିତ ଫେଲୋସିପ୍‌, କ୍ଷେତ୍ରସ୍ତରୀୟ ନିୟୋଜନତା, ଆବାସିକତା, ପ୍ରଦର୍ଶନୀ, ଗବେଷଣା ଏବଂ ପ୍ରକାଶନ ଆଦି ଜରିଆରେ ତଥ୍ୟ ସଂଗ୍ରହ ଏବଂ ନିୟୋଜନତା ନିମନ୍ତେ ଦୀର୍ଘସୂତ୍ରୀ ପ୍ରୟାସର ଏକ ଅଂଶ ଅଟେ । ଏହି କାର୍ଯ୍ୟକ୍ରମ ଚାରୁ କଳା ଏବଂ କାରିଗରୀ ମଧ୍ୟରେ ପାରମ୍ପରିକ ପଦାନୁକ୍ରମ ସମ୍ପର୍କରେ ପ୍ରଶ୍ନ କରିବା ଏବଂ ତାହାସହିତ କାରିଗର ବ୍ୟକ୍ତିବିଶେଷ, ସେମାନଙ୍କର କାର୍ଯ୍ୟାଭ୍ୟାସ ଓ ସେମାନଙ୍କ ଜ୍ଞାନ ବ୍ୟବସ୍ଥା ପାଇଁ ବୃହତ୍ତର ଦୃଶ୍ୟମାନତା ସୃଷ୍ଟି କରିବାକୁ ଆଗ୍ରହ ରଖୁଛି ।

Powered by Froala Editor

Tags Odisha Craft

Related articles Odisha News Lens 4.1

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    14939
    Oct 12, 2026
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ
    ଦେଶ-ଦେଶାନ୍ତର

    ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14535
    Oct 13, 2026
  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା
    ଦେଶ-ଦେଶାନ୍ତର

    ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    15029
    Oct 12, 2026
  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...
    ଦେଶ-ଦେଶାନ୍ତର

    ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...

    15169
    Oct 13, 2026
  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14879
    Oct 12, 2026
  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14606
    Oct 12, 2026
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ
    ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14455
    Oct 12, 2026
  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ
    ଦେଶ-ଦେଶାନ୍ତର

    ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    14078
    Oct 12, 2026
  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ
    ଦେଶ-ଦେଶାନ୍ତର

    ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13425
    Oct 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    15029
    Oct 12, 2026
  • ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14455
    Oct 12, 2026
  • ଦେଶ-ଦେଶାନ୍ତର

    ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14879
    Oct 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17177
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17867
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17821
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18240
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14545
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14652
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15657
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14331
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16067
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15801
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15029
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15556
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14029
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13425
    Oct 13, 2026
  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    14078
    Oct 12, 2026
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14535
    Oct 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In