ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ପରଜଙ୍ଗ: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ସ୍ୱାମୀ ମଧ୍ୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ କୌଣସି ଏକ କଥାକୁ ନେଇ ସ୍ୱାମୀ ରତ୍ନାକର ନାଏକ ଓ ସ୍ତ୍ରୀ ରଶ୍ମିତା ନାଏକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ରତ୍ନାକରଙ୍କ ଆକ୍ରମଣରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ପରେ ରତ୍ନାକର ଘର ଭିତରେ ନିଜ ପିଲାମାନଙ୍କୁ ରଖି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଖବର ପାଇ ପରଜଙ୍ଗ ପୋଲିସ ସହ କାମାକ୍ଷାନଗର ଏସ୍ଡିପିଓ ଚିତ୍ତରଞ୍ଜନ ବେହେରା ଓ ଥାନା ଅଧିକାରୀ ସୁବ୍ରତ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor