ଅନନ୍ତ ନାଗ୍ ପାଇବେ ଦାଦା ସାହେବ ଫାଲ୍କେ ଆୱାର୍ଡ
୨୦୨୪ ପାଇଁ କନ୍ନଡ ସିନେମାର ୭୮ ବର୍ଷୀୟ ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବେ ପରିଚିତ ଏହି ପୁରସ୍କାର ଅନନ୍ତ ନାଗଙ୍କ ଦୀର୍ଘ କଳାତ୍ମକ ଯାତ୍ରାକୁ ସ୍ୱୀକୃତି ଦେଇଛି। ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋ (PIB) ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ମୁଖ୍ୟ ନୋଡାଲ୍ ଏଜେନ୍ସି ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB) ତାର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଅନନ୍ତ ନାଗଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, "୨୦୨୪ ଦାଦା ସାହେବ ଫାଲକେ ପୁରସ୍କାର ଶ୍ରୀ ଅନନ୍ତ ନାଗଙ୍କୁ ପ୍ରଦାନ କରାଯିବ।" ଦାଦା ସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ କ୍ରମେ ଭାରତ ସରକାର ଘୋଷଣା କରି ଖୁସି ହେଉଛନ୍ତି ଯେ, ଅନନ୍ତ ନାଗଙ୍କୁ ତାଙ୍କର ଉଜ୍ଜ୍ୱଳ ଯାତ୍ରା ଏବଂ ଭାରତୀୟ ସିନେମାରେ ଅବଦାନ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ୨୦୨୪ ରେ ସମ୍ମାନିତ କରାଯିବ। ସେ ପିଢ଼ିକୁ ପ୍ରେରଣା ଦେଇଛନ୍ତି। ଏହି ପୁରସ୍କାର ସେପ୍ଟେମ୍ବର ୨୨, ୨୦୨୬ରେ ଗୁଜୁରାଟର କେଭାଡିଆରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ।
୧୯୪୮ ମସିହା ସେପ୍ଟେମ୍ବର ୪ରେ ଜନ୍ମଗ୍ରହଣ କରିଥିବା ଅନନ୍ତ ନାଗଙ୍କ ବୟସ ୭୮ ବର୍ଷ । କନ୍ନଡ଼ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ନିଜର ଦୀର୍ଘ କ୍ୟାରିୟରରେ ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। କନ୍ନଡ଼ ବ୍ୟତୀତ ହିନ୍ଦୀ, ତେଲୁଗୁ, ତାମିଲ, ମରାଠୀ ଓ ମାଲାୟାଲମ୍ ଭାଷାର ଫିଲ୍ମରେ ମଧ୍ୟ ଅନନ୍ତ ନାଗ ଅଭିନୟ କରିଛନ୍ତି । ଅଭିନୟ ସହ ସେ ରାଜନୀତିରେ ମଧ୍ୟ ସକ୍ରିୟ ରହିଛନ୍ତି। ଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନନ୍ତ ନାଗଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଛନ୍ତି, "ଦାଦାସାହେବ ଫାଲକେ ପୁରସ୍କାର ପାଇବା ପାଇଁ କିମ୍ବଦନ୍ତୀ ଅନନ୍ତ ନାଗ ଜିଙ୍କୁ ଅଭିନନ୍ଦନ। ତାଙ୍କର ଅସାଧାରଣ ବହୁମୁଖୀ ପ୍ରତିଭା, ଚମତ୍କାର କାର୍ଯ୍ୟ ଏବଂ ସହଜ ଅଭିନୟ ଦଶନ୍ଧି ଧରି ଭାରତୀୟ ସିନେମା, ବିଶେଷକରି କନ୍ନଡ ସିନେମାରେ ଏକ ଗଭୀର ଛାପ ଛାଡିଛି। ସେ ପ୍ରକୃତରେ ଏହାର ଯୋଗ୍ୟ।"
Powered by Froala Editor