ଅଭିନୟରୁ ସନ୍ୟାସ ନେବେନି ଅମିତାଭ
ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B) ନିକଟରେ ଏକ ବ୍ଲଗ ପୋଷ୍ଟ ଲେଖିଥିଲେ, ଯାହା ୮୩ ବର୍ଷୀୟ ଏହି ସୁପରଷ୍ଟାରଙ୍କ ଅବସର ନେଇ ଖୁବ ଚର୍ଚ୍ଚା ସୃଷ୍ଟି କରିଥିଲା।
ତେବେ ଏହି ଚର୍ଚ୍ଚାରେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଗ୍ ବି। ଅମିତାଭଙ୍କ ‘It’s late, time to retire’ ଲେଖାକୁ ଭୁଲ୍ ଭାବେ ବ୍ୟାଖ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ହୋଇଥିବା ଆଲୋଚନାକୁ ସେ ହାସ୍ୟାସ୍ପଦ ବୋଲି ମଧ୍ୟ କହିଛନ୍ତି। ତାଙ୍କ ଲେଖାର ଅର୍ଥ ଅଭିନୟରୁ ଅବସର ନେବା ନୁହେଁ, ବରଂ ବିଶ୍ରାମ ନେବା ସନ୍ଦର୍ଭରେ ଥିଲା ବୋଲି ଜଣାପଡ଼ିଛି।
ବର୍ତ୍ତମାନ ଅମିତାଭ ବଚ୍ଚନ ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ସେ ପ୍ରକୃତରେ ଅବସର ନେଉଛନ୍ତି କି ନାହିଁ, ତାହା ଜଣାଇଛନ୍ତି। ନିକଟରେ ଏହି ବଲିଉଡ ଅଭିନେତା ନିଜ ବ୍ଲଗରେ ଲେଖିଥିଲେ ଯେ ବହୁତ ବିଳମ୍ବ ହୋଇଗଲାଣି ଏବଂ ବର୍ତ୍ତମାନ ଅବସର ନେବାର ସମୟ ଆସିଯାଇଛି; ଏହା ପରେ ଲୋକମାନେ ଅନୁମାନ କରିବାକୁ ଲାଗିଲେ ଯେ ‘ବିଗ ବି’ ହୁଏତ ଖୁବ ଶୀଘ୍ର ନିଜ ଅବସର ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିପାରନ୍ତି।
ଏହି ଖବର ପ୍ରଚାରିତ ହେବା ମାତ୍ରେ, ‘ବିଗ ବି’ (ଅମିତାଭ ବଚ୍ଚନ) ନିଜ ବ୍ଲଗ ମାଧ୍ୟମରେ ଏକ ସ୍ପଷ୍ଟୀକରଣ ଜାରି କରିଥିଲେ। ‘ମୁଁ ବ୍ଲଗରେ ଲେଖିଥିଲି ଯେ ‘ବହୁତ ଡେରି ହୋଇଗଲାଣି ଏବଂ ଏବେ ‘ରିଟାୟର୍’ (retire) ହେବାର ସମୟ’ – ଏକ ଏପରି ବାକ୍ୟାଂଶ ଯାହାର ଅର୍ଥ ଆମେ ସମସ୍ତେ ବୁଝୁ ଯେ ‘କାମ ବନ୍ଦ କରି ଶୋଇବାକୁ ଯିବାର ସମୟ’। ମୁଁ ଆହୁରି ମଧ୍ୟ ସ୍ପଷ୍ଟ କରିଥିଲି ଯେ – ‘ନା, ମୁଁ କାମରୁ ଅବସର ନେଉନାହିଁ।’ ଇଂରାଜୀରେ ଏହି ବାକ୍ୟାଂଶର ସରଳ ଅର୍ଥ ଥିଲା ଯେ ମୁଁ ଶୋଇବାକୁ ଯାଉଛି।’
Powered by Froala Editor