ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର କୋରାପୁଟ କଫି
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ, ଆଞ୍ଚଳିକ ଓ ପାରମ୍ପରିକ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଆଗତ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ଏକ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ପ୍ରଦାନ କରାଯାଇଛି। ଏହି ଗୁଡି ବ୍ୟାଗ୍ରେ ଓଡ଼ିଶାର କୋରାପୁଟ ଜିଲାର ପାହାଡ଼ିଆ ଅଞ୍ଚଳରୁ ସଂଗୃହୀତ ପ୍ରସିଦ୍ଧ ଅର୍ଗାନିକ୍ କଫି କିଟ୍ରେ ରଖାଯାଇଛି। ଏହା ସହିତ ବିହାରର ପାରମ୍ପରିକ, ସ୍ୱାସ୍ଥ୍ୟକର ପ୍ରୋଟିନ୍ଯୁକ୍ତ ସୁପରଫୁଡ୍ ମଖାନା ଓ ସତୁ, ଗୁଜରାଟର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାର ଶିଳ୍ପର ଏକ ସୁନ୍ଦର କଳାକୃତି ଯୁକ୍ତ ଷ୍ଟୋଲ୍, ହିମାଚଳ ପ୍ରଦେଶର ସେଓ ଚା’ (ଆପଲ ଟି), କାଶ୍ମୀରର କେଶର, ଦକ୍ଷିଣ ଭାରତର ମିଲେଟ୍ ସ୍ନାକ୍ସ, ଗୋଆର କାଜୁ ଓ ପରିବେଶ ଅନୁକୂଳ ପୁନରୁଦ୍ଧାରିତ କାଗଜରୁ ତିଆରି ନୋଟବୁକ୍ ଏବଂ କଲମ ରହିଛି। ଏହି ସମ୍ମିଳନୀକୁ ଦେଶ ଓ ବିଦେଶରୁ ପ୍ରାୟ ୧୩୦୦ ସାମ୍ବାଦିକ ଆସିଛନ୍ତି।
Powered by Froala Editor