ମୌସୁମି ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ
ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ସପ୍ତମ ତଥା ମୌସୁମି ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବୋଲି ଗୁରୁବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ସେପ୍ଟେମ୍ବର ୨୬ ଓ ୨୭ ସରକାରୀ ଛୁଟି ଯୋଗୁଁ ଗୃହକାର୍ଯ୍ୟ ବନ୍ଦ ରହିବ। ସେହିପରି ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଇଁ ମଧ୍ୟ ଗୃହକାର୍ଯ୍ୟ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
Powered by Froala Editor