ଦୁର୍ନୀତି ମାମଲାରେ ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣ ଦୋଷୀ ସାବ୍ୟସ୍ତ
ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ।
ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍ (ପୂର୍ବତନ ଜିଲ୍ଲାପାଳ, ଢେଙ୍କାନାଳ), ସୂର୍ଯ୍ୟନାରାୟଣ ଦାସ, ଅବସରପ୍ରାପ୍ତ (ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର୍.ଡି.ଏ., ଢେଙ୍କାନାଳ), ସତ୍ୟାନନ୍ଦ ବଳସାମନ୍ତ (ତତ୍କାଳୀନ ପରିବହନ ଠିକାଦାର)ମାନ୍ୟବର ଅଦାଲତ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡ ସହ ଜରିମାନା ଆଦେଶ ଦେଇଛନ୍ତି।
Powered by Froala Editor