ଗଛରୁ ନଡ଼ିଆ ପଡ଼ି ଚାଲିଗଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ
ବାରିପଦା: ବାରିପଦା ମଧୁବନ ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ନଡ଼ିଆ ଗଛରୁ ନଡ଼ିଆ ପଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ଅଜୟ ପାତ୍ରଙ୍କ ପୁଅ ବାଦଲ(୧୧) । ମଙ୍ଗଳବାର ସ୍କୁଲରେ ବନ୍ୟା ରିଲିଫ ସାମଗ୍ରୀ ଦିଆଯାଉଥିଲା । ବାଦଲ ରିଲିଫ ସାମଗ୍ରୀ ଧରି ଘରକୁ ଫେରୁଥିବା ବେଳେ ବାଟରେ ଏକ ନଡ଼ିଆ ଗଛରୁ ନଡ଼ିଆଟିଏ ତା ମୁଣ୍ଡ ଉପରେ ପଡିଥିଲା । ଘରକୁ ଆସି ଏକଥା ପରିବାର ଲୋକଙ୍କ ଆଗରେ ଜଣାଇଥିଲା । ତେବେ ବୁଧବାର ସକାଳେ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ସ୍ଥନୀୟ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତି କରାଯାଇଥିଲା । ଦିନ ପ୍ରାୟ ୧୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା ଜଣାପଡିଛି ।
Powered by Froala Editor