ନେପାଳ ବନ୍ୟା: ୧ ହଜାର ୩ ଛୁଇଁଲା ମୃତ୍ୟୁସଂଖ୍ୟା
କାଠମାଣ୍ଡୁ: ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଚୀନ୍ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ହଜାର ୩ ଜଣରେ ପହଞ୍ଚିଛି।
ନେପାଳ ବିପର୍ଯ୍ୟୟ ବିଭାଗର ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ଏବେ ବି ୩୯୧୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡ଼ିଛି। ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରତିକୂଳ ପାଣିପାଗ ଓ ଦୁର୍ଗମ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଉଦ୍ଧାରକାରୀ ଦଳ ଜୋରଦାର ଅଭିଯାନ ଚଳାଇଛନ୍ତି। ବିପର୍ଯ୍ୟୟ ମଧ୍ୟରୁ ଏଯାବତ୍ ୧୧ ହଜାର ୮୧୪ ଜଣଙ୍କୁ ଉଦ୍ଧାର କରାଯାଇଛି।
Powered by Froala Editor