ବାଙ୍କୀରେ ଦୁଇଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ
ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଦୁଇଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଭିତରୁ ଜଣେ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଅଞ୍ଚଳର ୪୦ବର୍ଷ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ଅନ୍ୟଜଣକ ଢଂସର ଗ୍ରାମର ପୁରୁଷ ରୋଗୀ ବୋଲି ଜଣାପଡ଼ିଛି। ସେମାନଙ୍କ ଭିତରୁ ଜଣେ ରାଜ୍ୟ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ କିଛିଦିନ ତଳେ ଗାଁକୁ ଆସିଛନ୍ତି।
ଜ୍ଵରରେ ପଡ଼ି ସେ ରକ୍ତ ପରୀକ୍ଷା କରିବା ପରେ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଗତ ମାସ ୨୯ ତାରିଖରେ ଚିକିତ୍ସା ପାଇଁ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି। ସେପଟେ ଚଳିତବର୍ଷ ବାଙ୍କୀରେ ଡେଙ୍ଗୁ ସଚେତନତା ପାଇଁ କୌଣସି କାର୍ଯ୍ୟକ୍ରମ କରାଯାଉ ନଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତି ପାଣ୍ଠି କିମ୍ବା ମେଡିକାଲକୁ ଆସୁଥିବା ଅର୍ଥ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି।
Powered by Froala Editor