Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

  • ଇରାନର ସାତଦିନିଆ ଅସ୍ତ୍ରବିରତି ...

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର ...

ରାଜ୍ୟ
Home ›› ରାଜ୍ୟ ›› ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ ରହିବ

ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ ରହିବ

2026-09-02 10:42:21
13875
Share:
Facebook
Twitter
E-Mail
WhatsApp
Telegram
 ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ ରହିବ

ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୭.୦୦ଟା (ପାଖାପାଖି ୪.୩୦) ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣତଃ ଆମେ ଜାଣୁ, ଯେ ‘ନୀଳାଦ୍ରି ବିଜେ’ ହେଉଛି ରଥଯାତ୍ରାର ଅନ୍ତିମ ପର୍ବ । ସେଦିନ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ, ଶ୍ରୀଜଗନ୍ନାଥ ଯାଇ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ ହେବା ପରେ, ରଥଯାତ୍ରାର ସବୁ ନୀତି ଶେଷ ହୋଇଥାଏ । ମାତ୍ର ନୀଳାଦ୍ରିବିଜେ ପରେ ମଧ୍ୟ, ଆଉ ତିନିଟି ନୀତି ବାକି ଥାଏ । ତାହା ହେଉଛି- ଚିତାଲାଗି, ଖସା-ପଡ଼ା ଓ ରାହୁରେଖା ଲାଗି ।
ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନନୀତି ଓ ହାତୀବେଶ 'ଉଲାଗି' (ଓହ୍ଲାଯିବା) ପରେ, ଠାକୁରମାନେ ଗୋଟିପହଣ୍ଡିରେ ଅଣସର ଘରକୁ ଯାଆନ୍ତି । ସେଠାରେ ସେମାନଙ୍କର ମସ୍ତକରେ ଲାଗି ହୋଇଥିବା ତିନି ରତ୍ନଚିତା ଖୋଲି ଦିଆଯାଏ । ସେଦିନ ରାତିରେ, ତିନି ଠାକୁରଙ୍କ ମସ୍ତକର ସୁନାର ରାହୁରେଖା ମଧ୍ୟ ଖୋଲି ଦିଆଯାଏ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥରେ ବିଜେ ହେବା ପରେ, ସେମାନଙ୍କୁ ସୋଲ ଚିତା ଲାଗି କରାଯାଏ । ଶ୍ରାବଣ ଅମାବାସ୍ୟା ଦିନ ରତ୍ନସିଂହାସନରେ ସେହି ସୋଲଚିତା ଖୋଲାଯାଇ, ତାହା ପରିବର୍ତ୍ତେ ରତ୍ନଚିତା ଲାଗି ହୁଏ । ।

ଏହା ପରର ଆଉ ଗୋଟିଏ ନୀତି ହେଉଛି 'ଖସା-ପଡ଼ା' । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଏବଂ ଶ୍ରୀପୟର (ପାଦଦେଶ)ର ସୁରକ୍ଷା ଲାଗି ଏହି ନୀତି ସମ୍ପାଦନ କରାଯାଇଥାଏ । ଅଣସର ବେଳେ ଦଇତା ଓ ପତି ସେବକମାନେ ଯେଉଁ ଗୁପ୍ତନୀତି କରିଥାଆନ୍ତି, ତାହାର ଶେଷ ନୀତି ‘ଶ୍ରୀପୟର ମୁଦା’ ।
ଏହା ପରେ, ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ସେମାନଙ୍କ ମସ୍ତକରେ ପୁନଶ୍ଚ ସୁନାର ରାହୁରେଖା ଲାଗି କରାଯାଏ । ଏଣୁ ଏହି ତିଥିର ନାମ 'ରେଖାପଞ୍ଚମୀ' । ପ୍ରକୃତରେ ଏହା ହିଁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥଯାତ୍ରାର ସବାଶେଷ ନୀତି ।
ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଦିନ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରାଶସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି । ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରନ୍ତି । ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିନ୍ତି । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇଥାଆନ୍ତି ।
ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖାଯାଏ । ପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମରେ ରୁନ୍ଧା କାର୍ଯ୍ୟ କରି ସାରି ସିଂହାସନରୁ ଓହ୍ଲାଇ ଆସନ୍ତି । ସିଂହାସନ ପୋଛା ସରି ମହାସ୍ନାନ ପୂଜା ହେଲେ ପୂଜାପଣ୍ଡା ଆସି ପୂଜା ବଢାନ୍ତି । ପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢେ । ମଧ୍ୟାହ୍ନ ଧୂପ ପରେ ପଡ଼ିବା ଉତ୍ତାରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଏହାପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ ।

Powered by Froala Editor

Tags Puri temple

Related articles Odisha News Lens 4.1

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...
    ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...

    13580
    Sep 27, 2026
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14460
    Sep 28, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15555
    Sep 27, 2026
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା
    ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13974
    Sep 27, 2026
  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି
    ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15389
    Sep 27, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15295
    Sep 27, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
    ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    13840
    Sep 28, 2026
  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    13768
    Sep 28, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14484
    Sep 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13670
    Sep 28, 2026
  • ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଚୋର

    13580
    Sep 27, 2026
  • ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13974
    Sep 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17134
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17822
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17790
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18204
    Sep 06, 2023

ବିଶେଷ

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13610
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15679
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15243
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14618
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14856
    Sep 11, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14012
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15942
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14432
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15624
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15389
    Sep 27, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    13840
    Sep 28, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଚୋର

    13580
    Sep 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In