ବୁଢାବଳଙ୍ଗ ନଦୀ ଫୁଲିଛି, ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଲା
ଭୁବନେଶ୍ୱର: ୩ଟି ଜିଲ୍ଲାରେ ଆହୁରି ବର୍ଷିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ୩ ଓ ୪ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିମି ବର୍ଷା ହୋଇଛି । ସାରସକଣାରେ ୨୯୭ ମିମି, ବାରିପଦାରେ ୮୩.୮, ରାଇରଙ୍ଗପୁରରେ ୧୬୩, କୁସୁମିରେ ୧୦୩ ମିମି ବର୍ଷା ରେକର୍ଡ ହୋଇଛି ।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଫୁଲିଛି । ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି । ଜାମଶୋଳାଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୫୧.୪୪ ମିଟର ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ୪୯.୧୬ ଥିବାବେଳେ ତା ଠାରୁ ୨ ମିଟର ଉପରେ ପାଣି ଚାଲିଛି । ରାଜଘାଟରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ଥିବାବେଳେ ୧୧.୧୬ ମିଟର ଜଳ ପ୍ରବାହିତ ହେଉଛି । ଧୀରେ ଧୀରେ ନଦୀ ଜଳସ୍ତର ବଢ଼ିଚାଲିଛି ।
ଏନଏଚ୍-୫ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୭.୫୬ ମିଟର ରହିଛି । ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜର ୧୯ ବ୍ଲକ୍ ସମେତ ବାରିପଦା ପୌରାଞ୍ଚଳ ପ୍ରଭାବିତ ହୋଇଛି ।
Powered by Froala Editor