Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ...

  • ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ ...

  • ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ...

  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ...

  • ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

  • ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

  • ୧୨ ବର୍ଷ ସେବା ପରେ ଅବସର ନେଲେ ମେଜର ରିଷଭ ...

  • ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

  • ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ...

ରାଜ୍ୟ
Home ›› ରାଜ୍ୟ ››ବିଡିଏର ୪୪ତମ ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବାର ଲକ୍ଷ୍ୟ

ବିଡିଏର ୪୪ତମ ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବାର ଲକ୍ଷ୍ୟ

2026-09-02 00:46:49
14289
Share:
Facebook
Twitter
E-Mail
WhatsApp
Telegram
ବିଡିଏର ୪୪ତମ ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବାର ଲକ୍ଷ୍ୟ

ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ପ୍ରକଳ୍ପ ପୁସ୍ତିକା ଉନ୍ମୋଚନ

୦୧ ସେପ୍ଟେମ୍ବର, ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୪ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଏବଂ ବିଡିଏ ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିଡିଏର ପ୍ରତ୍ୟାଶିତ ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ବିବରଣୀ ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ। ରାଜଧାନୀବାସୀଙ୍କୁ ଏହି ପ୍ରକଳ୍ପ ସମସ୍ତ ସୁବିଧା ସହିତ ଏକ ଆଧୁନିକ ଓ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବ ବୋଲି ସେ କହିଥିଲେ। ଓଡ଼ିଶାକୁ ଶ୍ରେଷ୍ଠ କରିବାକୁ ହେଲେ ପ୍ରଥମେ ଭୁବନେଶ୍ୱରକୁ ବିକଶିତ କରିବାକୁ ହେବ ବୋଲି ମଧ୍ୟ ସେ କହିଥିଲେ।

ମନ୍ତ୍ରୀ କହିଛନ୍ତି ଯେ, ବିଡିଏ କେବଳ ଘର ତିଆରି କରୁନାହିଁ; ଲୋକଙ୍କ ଆବଶ୍ୟକତା ଦେଖି କାମ କରୁଛି। ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ସହରର ଅଭିବୃଦ୍ଧି, ଲୋକଙ୍କ ସ୍ୱପ୍ନର ଘର ଓ ସବୁଜିମା ସଂରକ୍ଷଣ ସହିତ ସିୱେରେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରଶାସନ ଓ ସାଧାରଣ ଲୋକଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ। ଟି.ପି. ସ୍କିମ୍‌କୁ ସେ ଲୋକଙ୍କ ଆଶାର ମେରୁଦଣ୍ଡ ବୋଲି କହିଛନ୍ତି। ଏଥିରେ ସାଧାରଣ ଲୋକଙ୍କୁ ସବୁ ସୁବିଧା ମିଳିବ। ଜମିର ମୂଲ୍ୟ ବଢ଼ିବ ଓ ଲୋକେ ଲାଭ ପାଇବେ। ସ୍ୱଚ୍ଛତା ରଖି ବସ୍ତିବାସୀଙ୍କୁ ସୁବିଧାଯୁକ୍ତ ଘର ଦିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟ ପ୍ରକଳ୍ପକୁ ପ୍ରାଥମିକତା ଦେବାକୁ କହିଥିଲେ।  ରାଜ୍ୟର ବିକାଶରେ ବିଡିଏ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ହେବ ବୋଲି ସେ କହିଥିଲେ। ସେହିଭଳି ଦୟା କେନାଲ  ଓ ଗଙ୍ଗୁଆ ନାଳ ପୁନରୁଦ୍ଧାର ପାଇଁ ଗୁରୁତ୍ୱାରୋପ କରିବା ବେଳେ ଜଟଣୀ ମ୍ୟୁନିସିପାଲିଟି ଚେୟାରମ୍ୟାନ ଶ୍ରୀ ଅନନ୍ତ ବେହେରା ଜଟଣୀରେ ବାଚ୍ଛରା ହିଲଟପ ପାର୍କ ବିକାଶରେ ବିଡିଏର ଭୂମିକା ଉପରେ କହିଥିଲେ ଏବଂ ଆଲୋକିକରଣ ଓ ଖେଳପଡ଼ିଆ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଡିଏର ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଘରର ମୂଲ୍ୟ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଓ କ୍ରୟ କ୍ଷମତାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରଣ କରାଯାଇଛି। ଏହା ରାଜଧାନୀର ଅନେକ ପରିବାର ପାଇଁ ନିଜସ୍ୱ ଘରର ସ୍ୱପ୍ନ ସାକାର କରିବାରେ ସହାୟକ ହେବ। ୭.୩୬ ଏକର ଜାଗାରେ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ନିର୍ମିତ ହୋଇଛି। ଏଠାରେ ତିନୋଟି ଟାୱାର (ବି+ଜି+୧୨ ମହଲା)ରେ ୪୧୬ଟି ଦୁଇ ଶୟନକକ୍ଷ ବିଶିଷ୍ଟ ଗୃହ (୨ ବିଏଚ୍‌କେ) ଓ ୨୮୮ଟି ତିନି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ୍ (୩ ବିଏଚ୍‌କେ) ରହିଛି। ଏହାକୁ ବିଶ୍ୱସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ଓ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଯେଉଁଥିରେ ଭୂମିକମ୍ପ-ପ୍ରତିରୋଧୀ ବ୍ୟବସ୍ଥା, କମ୍ୟୁନିଟି ହଲ୍, ସୁଇମିଂ ପୁଲ୍, ୱାକିଂ ଟ୍ରାକ୍, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟ୍‌ନେସ୍ ସେଣ୍ଟର, ସିୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୱାଟର ରିଚାର୍ଜ ବ୍ୟବସ୍ଥା, ପାୱାର ବ୍ୟାକ୍‌ଅପ୍, ସିସିଟିଭି ନିରୀକ୍ଷଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ସହାୟକ ଭିତ୍ତିଭୂମିର ବ୍ୟବସ୍ଥା ରହିଛି ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର କେବଳ ରାଜଧାନୀ ନୁହେଁ, ଏହା ରାଜ୍ୟର ମୁଖ ଓ ଭବିଷ୍ୟତ। ଆଗାମୀ ଦିନରେ ଯେଉଁ ୨୦ ବର୍ଷିଆ ବିକାଶ ନକ୍ସା ପ୍ରସ୍ତୁତ ହେଉଛି, ତାହା ଯୋଜନାବଦ୍ଧ ସହରୀକରଣ, ସଡ଼କ, ନିଷ୍କାସନ, ସୁଲଭ ଆବାସ, ପାର୍କ, ଖେଳପଡ଼ିଆ ଓ ସାମାଜିକ ଭିତ୍ତିଭୂମିକୁ ଏକ ସୂତ୍ରରେ ବାନ୍ଧିବ ବୋଲି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଥିଲେ। ସେ କହିଛନ୍ତି, ‘‘୪୪ ବର୍ଷର ଅଭିଜ୍ଞତା ଆମକୁ ଶିଖାଇଛି ଯେ କେବଳ ଯୋଜନା ଯଥେଷ୍ଟ ନୁହେଁ। ସଠିକ୍ କାର୍ଯ୍ୟାନୁଷ୍ଠାନ, ଜବାବଦିହିତା ଓ ନାଗରିକଙ୍କ ସହଯୋଗ ହିଁ ରାଜଧାନୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିପାରିବ। ଆଗାମୀ ୨୦ ବର୍ଷର ନକ୍ସା ସେହି ଲକ୍ଷ୍ୟକୁ ଆଧାର କରି ପ୍ରସ୍ତୁତ ହେଉଛି।’’

ଏହି ଅବସରରେ ବିଡିଏ ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ ହୋଇଥିଲା। ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଅତିରିକ୍ତ ଆୟୁକ୍ତ ସ୍ନିଗ୍ଧା ରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଡିଏର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Powered by Froala Editor

Tags BDA

Related articles Odisha News Lens 4.1

  • ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

    15497
    Aug 31, 2026
  • ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ
    ଦେଶ-ଦେଶାନ୍ତର

    ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ

    13445
    Sep 01, 2026
  • ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ...
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ...

    14041
    Aug 31, 2026
  • ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କଲା ଆମେରିକା
    ଦେଶ-ଦେଶାନ୍ତର

    ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କଲା ଆମେରିକା

    14141
    Sep 01, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ...

    14160
    Sep 02, 2026
  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ
    ଦେଶ-ଦେଶାନ୍ତର

    ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ

    14278
    Sep 01, 2026
  • ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ
    ଦେଶ-ଦେଶାନ୍ତର

    ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

    14113
    Sep 01, 2026
  • ୧୨ ବର୍ଷ ସେବା ପରେ ଅବସର ନେଲେ ମେଜର ରିଷଭ ସିଂହ ସାମ୍ବ୍ୟାଲ
    ଦେଶ-ଦେଶାନ୍ତର

    ୧୨ ବର୍ଷ ସେବା ପରେ ଅବସର ନେଲେ ମେଜର ରିଷଭ ସିଂହ ସାମ୍ବ୍ୟାଲ

    13838
    Sep 01, 2026
  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ
    ଖେଳ ଖବର

    ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ

    14139
    Sep 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

    14561
    Sep 01, 2026
  • ଦେଶ-ଦେଶାନ୍ତର

    ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ

    13445
    Sep 01, 2026
  • ଦେଶ-ଦେଶାନ୍ତର

    ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

    14113
    Sep 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17064
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17705
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17736
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18135
    Sep 06, 2023

ବିଶେଷ

  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14188
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14726
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14681
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14020
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15405
    Aug 24, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

ଭୁବନେଶ୍ୱର,୦୧/୦୯/୨୦୨୬ : ଦୁର୍ଗମ ଗ୍ରାମରେ ରହୁଥିବା ପରିବାରଗୁଡ଼ିକ ପାଇଁ ସମୟୋଚିତ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବା ଅନେକ ସମୟରେ ଏକ ଆହ୍ୱାନ ହୋଇ ରହିଛି। ଦୀର୍ଘ ପଥ ଯାତ୍ରା, ସୀମିତ ପରିବହନ ଏବଂ ବିଶେଷଜ୍ଞ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

    14230
    Aug 26, 2026
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14464
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15993
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14035
    Aug 13, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ

    14139
    Sep 01, 2026
  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ

    14278
    Sep 01, 2026
  • ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ

    13445
    Sep 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In