ହୀରାକୁଦ ଜଳଭଣ୍ଡାରର ଆଉ ୩ ଗେଟ୍ ଖୋଲିଲା
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ରେ ସ୍ଥିର ରହିଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬ ହଜାର ୩୫୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୩୯ ହଜାର ୩୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖୋଲା ରହିଥିବା ୮ଟି ଗେଟ୍ ମଧ୍ୟରୁ ବାମ ପାର୍ଶ୍ୱର ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି ଗେଟ୍ ରହିଛି।
ହୀରାକୁଦର ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ସାମାନ୍ୟ ହ୍ରାସ ପାଇଛି।
Powered by Froala Editor