ଓସେନ୍ ୱିନର୍ ବୁଡ଼ି ଘଟଣାକୁ ୮ ଦିନ ବିତିଗଲା, ମିଳୁନି ୨୨ ନାବିକଙ୍କ ସନ୍ଧାନ
ପାରାଦୀପ: ପାରାଦୀପ ଆସିଥିବା ଏମଭି ଓସିଅନ ୱିନର ଜାହାଜର ୨ ନାବିକଙ୍କୁ ପଚରାଯାଇଛି ୬୭ ପ୍ରଶ୍ନ। ଜାହାଜ ବୁଡ଼ିବା ସମୟରେ କ’ଣ ଘଟିଥିଲା, କିପରି ସେମାନେ ଜୀବନ ବଞ୍ଚାଇଥିଲେ ଏବଂ ଅନ୍ୟ ନାବିକମାନଙ୍କ ସମ୍ପର୍କରେ କ’ଣ ତଥ୍ୟ ରହିଛି। ସେସବୁ ନେଇ ତଥ୍ୟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।
କୋଲକାତାସ୍ଥିତ ଚୀନ ବାଣିଜ୍ୟିକ ଦୂତାବାସ କାର୍ଯ୍ୟାଳୟରୁ ଆସିଥିବା ଦୁଇ ଜଣ ଅଧିକାରୀ ଭାଷା ଅନୁବାଦରେ ସହାୟତା କରିଥିଲେ। ସେପଟେ ଜାହାଜ ଓସେନ୍ ୱିନର୍ ବୁଡ଼ି ଘଟଣାକୁ ୮ ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ମିଳୁନି ନିଖୋଜ ୨୨ ନାବିକଙ୍କ ସନ୍ଧାନ।
Powered by Froala Editor