ଖରଯୋଡ଼ା ଗାଁରେ ବଲାଙ୍ଗୀର ବଡ ଧରଣର ଚଢାଉ: ୫ କିଲୋରୁ ଅଧିକ ସୁନାରୁପା ଜବତ
କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସ ବଡ ଧରଣର ଚଢାଉ କରିଛି। ବିଭିନ୍ନ ଜିଲ୍ଲାରେ ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ ବେଳେ ଏହି ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଛି ପୁଲିସ।
ପ୍ରାଥମିକ ସୂଚନା ଅନୁସାରେ, ଜବତ ସୁନା-ରୁପା ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇପାରେ। ତେବେ ସଠିକ୍ ଓଜନ ଓ ମୂଲ୍ୟ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିନାହିଁ। କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମର ୨ ଜଣଙ୍କୁ ପୂର୍ବରୁ ଅଟକ ରଖି ପଚାରଉଚରା ପରେ ଆଜି ସମ୍ପୃକ୍ତ ଘଟଣାକୁ ନେଇ କାଶୀପୁର ଥାନା ଗାଡିବାଲି ପଞ୍ଚାୟତ ପଣସଗୁଡା ହରିଶ୍ଚନ୍ଦ୍ର ନାଏକ ଓ ଅନ୍ୟ ଜଣଙ୍କ ପରିଚୟ ମିଳିନଥିବା ବେଳେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନ କରି ଅନୁସନ୍ଧାନ ପରେ ତଥ୍ୟ ପ୍ରଦାନ କରାଯିବା ନେଇ ବଲାଙ୍ଗୀର ପୁଲିସ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ପକ୍ଷରୁ ସୂଚନା ମିଳିଛି।
ବଲାଙ୍ଗୀର ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ଟିମ୍ ଏହି ଚଢ଼ାଉ କରିଥିଲେ। ଫେରାର ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତଲାସି ଓ ତଦନ୍ତ ଜୋରଦାର ଚାଲିଥିବା ଜଣାପଡ଼ିଛି। ସେମାନେ କାଶୀପୁର ବ୍ଲକର ପଣସ ଗୁଡା ଗ୍ରାମର ତିନି ଜଣ ବୋଲି ସୂଚନା ମିଳିଛି।
Powered by Froala Editor