ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ହଜାରେରୁ ଅଧିକ ନିଖୋଜ
ନେପାଳ-ତିକ୍ର ତ ସୀମାରେ ବିନାଶକାରୀ ବନ୍ୟା ଆସିଛି । ନେପାଳରେ ଥିବା ଭୂତିକୋଶୀ ନଦୀରେ ହଠାତ ପାଣି ମାଡ଼ି ଆସିବାରୁ ଏହା ପ୍ରଳୟ ରଚିଛି। ହଠାତ୍ ତିବ୍ଦତରୁ ବିଶାଳ ମାଟି ଅତଡ଼ା ଖସି ଆସିଥିଲା। ଏଥିରେ ତିବତ ସୀମା ରସୁଆ ଜିଲ୍ଲାର ସାଇପ୍ରୁ ଓ ତିମୁରେ ଅଞ୍ଚଳ ବେଶି ପ୍ରଭାବିତ ହୋଇଛନ୍ତି।
ନେପାଳର ରସୁୱା ଜିଲ୍ଲାରେ ସକାଳ ପ୍ରାୟ ୯ଟାରେ ତିକ୍ରତର ଦିଶାରୁ ଭୋଟେକୋଶୀ ନଦୀରେ ଅଚାନକ ପାଣିର ସ୍ରୋତ ଭୟଙ୍କର ଭାବେ ବଢ଼ି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା । ଏହି ବିପର୍ଯ୍ୟୟରେ ଅତିକମ୍ରେ ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବା ନେପାଳ ପୁଲିସ କହିଛି । ସେମାନଙ୍କ ମୃତଦେହ ମଧ୍ୟ ମିଳିସାରିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଉଦ୍ଧାର ଅଭିଯାନରେ ସେନାକୁ ନିୟୋଜିତ କରାଯାଇଛି । ନେପାଳ ପର୍ଯ୍ୟଟନ ବିଭାଗ ଅନୁସାରେ ୧ ହଜାରରୁ ଊଦ୍ଧ୍ୱର୍ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବାବେଳେ ପ୍ରାୟ ୪୦୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ରହିଛନ୍ତି ।
ଅଧିକାଂଶ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ସେଠାକୁ ଯାଇଥିଲେ । ୮୫ରୁ ଊଦ୍ଧ୍ୱର୍ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ ଭାରତୀୟଙ୍କ ବାବଦରେ ତଥ୍ୟ ଦେବା ଲାଗି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବନ୍ୟାଜଳ ଦ୍ରୁତଗତିରେ ନିମ୍ନ ଭାଗକୁ ପ୍ରବାହିତ ହେଉଥିବାରୁ ନେପାଳ ସୀମାବର୍ତ୍ତୀ ରାଜ୍ୟ ବିହାରରେ ସତର୍କତା ଜାରି କରାଯାଇଛି ।
ନେପାଳ ପୋଲିସର ସୂଚନା ଅନୁଯାୟୀ, ନେପାଳ-ତିବ୍ଦତ ସୀମାରେ ଏକ ବିରାଟ ବନ୍ୟା ଏବଂ ମାଟି ଧସିବା ଫଳରେ ଅନେକ ଗାଁ ଭାସି ଯାଇଛି। ବାଦଲ ଫଟା ବର୍ଷାରେ ରାସ୍ତା, ଘାଟ, ଗାଡ଼ି ମୋଟର ସବୁ ଭାସି ଯାଉଥିବା ଦେଖିବାକୁ ମିଳୁଛି। ନେପାଳର ରାଜଧାନୀ କାଠମାଣ୍ଡୁର ଉତ୍ତରରେ ଥିବା ରାସୁୱାରେ ବୁଧବାର ସକାଳୁ ବନ୍ୟା ଆସିଥିଲା। ଯାହାର କାରଣ ଭୋଟେ କୋଶି ନଦୀରେ ଅତ୍ୟଧିକ ବରଫ ତରଳିବା ବୋଲି କୁହାଯାଉଛି।
Powered by Froala Editor