୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି
ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମସି) ଛାଡ଼ି ଏନସିପିଆଇରେ ଯୋଗଦେଇଥିବା ୨୦ ଜଣ ସାଂସଦଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ଏହି ନୋଟିସ୍ ଜାରି ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ଏହି ଆବେଦନରେ ପକ୍ଷଭୁକ୍ତ କରାଯାଇଛି। ବିର୍ଲାଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ କହିଛନ୍ତି ଯେ ବାଚସ୍ପତି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛନ୍ତି ଏବଂ ସମସ୍ତ ସାଂସଦଙ୍କଠାରୁ ଜବାବ ମାଗିଛନ୍ତି। ସଲିସିଟର ଜେନେରାଲ ଅନୁରୋଧ କରିଛନ୍ତି ଯେ, ଶୀର୍ଷକୋର୍ଟ ବାଚସ୍ପତିଙ୍କୁ ଆନୁଷ୍ଠାନିକ ନୋଟିସ୍ ଜାରି ନ କରନ୍ତୁ। ସେ ତାଙ୍କ ପକ୍ଷରୁ କୋର୍ଟଙ୍କୁ ଆବଶ୍ୟକ ସହାୟତା କରିବେ। ଅଭିଷେକ ବାନାର୍ଜୀଙ୍କ ଆବେଦନରେ କୁହାଯାଇଛି, ଏହି ସାଂସଦମାନଙ୍କ ବିରୋଧରେ ଦଳ ବଦଳ ବିରୋଧୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ଏବଂ ସଂସଦରେ ସେମାନଙ୍କର ସଦସ୍ୟତା ବାତିଲ କରାଯିବା ଯୁକ୍ତିଯୁକ୍ତ କିନ୍ତୁ ବାଚସ୍ପତି ଏପରି କରୁ ନାହାନ୍ତି। ଏହି ସାଂସଦମାନଙ୍କୁ ଆନୁଷ୍ଠାନିକ ଭାବରେ ଏକ ପୃଥକ୍ ଗୋଷ୍ଠୀ ଭାବରେ ମାନ୍ୟତା ଦିଆଯାଇ ନାହିଁ କିମ୍ବା ସେମାନଙ୍କୁ ସେହିପରି ବ୍ୟବହାର କରାଯାଉନାହିଁ।
Powered by Froala Editor