ଘାଟି ରାସ୍ତାରୁ ବନ ବିଭାଗ ଉଦ୍ଧାର କଲା କୁମ୍ଭୀର
ମାଲକାନଗିରି : ବନ ବିଭାଗ ଦ୍ୱାରା ବାଲିମେଳା ଠାରୁ ଚିତ୍ରକୋଣ୍ଡା ମଧ୍ୟରେ ଥିବା ଘାଟି ରାସ୍ତାରୁ କୁମ୍ଭୀର ଉଦ୍ଧାର ହୋଇଛି। ଘାଟି ରାସ୍ତା ଉପରେ ଏକ କୁମ୍ଭୀର ଥିବା ଦେଖି ବନ ବିଭାଗ ତରଫରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛିା ଗତକାଲି ରାତ୍ର ପ୍ରାୟ ୧୦.୩୦ ସମୟରେ ନିକଟସ୍ଥ ଜଳଭଣ୍ଡାରରୁ ଏକ କୁମ୍ଭୀର ରାସ୍ତା ଉପରକୁ ଆସି ବୁଲୁଥିବା ଦେଖିବାକୁ ମିଳିଥିଲା, ବାଲିମେଳା ଠାରୁ ଚିତ୍ରକୋଣ୍ଡା ଯିବା ଘାଟି ଉପରେ କିଛି ଲୋକ ଯାଉଥିବା ସମୟରେ ଏହି କୁମ୍ଭୀରକୁ ଦେଖିବାକୁ ପାଇଥିଲୋ ସଙ୍ଗେ ସଙ୍ଗେ ଏ ସମ୍ବନ୍ଧରେ ଚିତ୍ରକୋଣ୍ଡା ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି କୁମ୍ଭୀରକୁ ଉଦ୍ଧାର କରିଛନ୍ତି।
Powered by Froala Editor