ଲଗାଣ ବର୍ଷାରେ ଫୁଲିଛି ନାଗାବଳୀ ନଦୀ, ଭୟଭୀତ ଅବସ୍ଥାରେ ଲୋକେ
କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଲଗାଣ ବର୍ଷାରେ ଫୁଲିଛି ନାଗାବଳୀ ନଦୀ। କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁଁ ପାଣି ସ୍ରୋତ ମଧ୍ୟରେ ଫୁଲି ଆସିଛି ନାଗାବଳୀ ନଦୀ ଭୟରେ ଲୋକେ ରହିଥିବା ଜଣାପଡ଼ିଛି। ଆଜକୁ ପ୍ରାୟ ୯ବର୍ଷ ତଳେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁଁ ମାଡି ଆସିଥିଲା ବନ୍ୟା ଜଳ। ଆଉ ସୁଷ୍ଟି ହୋଇ ଥିଲା ଭୟଙ୍କର ବନ୍ୟା ପରିସ୍ଥିତି। କଲ୍ୟାଣ ସିଂହପୁର ସଦର ସମେତ ମାଝିଗୁଡ଼ା ପଞ୍ଚାୟତ ଜିଲୁଣ୍ଡା, କତାଗୁଡ଼ା, କୁମ୍ଭାର ଗୁଡ଼ା, ବନ୍ୟାପାଣିରେ ଜଳମଗ୍ନ ହୋଇଥିଲା।
ଆଜି ପୁଣି ଥରେ ସେଇ ଭୟରେ ଲଗାଣ ବର୍ଷାକୁ ଦେଖି ଜିଲୁଣ୍ଡା ଗ୍ରାମବାସୀ ମାନେ ରାତିରେ ନଶୋଇ ଜଗି ବସି ଥିବା କହିଛନ୍ତି। ତିନି ଦିନ ହେଲା ରାତି ଦିନ ଧରି ଲାଗି ରହିଛି ବର୍ଷା ଆଉ ମାଡ଼ି ଆସିଛି କଲ୍ୟାଣୀ ଓ ନାଗାବଳୀ ନଦୀ। ଏହାକୁ ଦୁଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ଗ୍ରାମ ବାସୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଗାଁ ପାଖକୁ ପାଣି ଛୁଇଁ ବାକୁ ଲାଗିବା ଦେଖି ନଦୀ କୂଳ ପାଖ ଆଖ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହା ସହିତ ଜିଲୁଣ୍ଡା ଗାଁରେ କୌଣସି ପ୍ରକାର ଆଶ୍ରୟସ୍ଥଳୀ ନଥିବା ଅଭିଯୋଗ କରିଛନ୍ତି, ସନ୍ତୋଷ ତ୍ରିପାଠୀ, ସମେଶ୍ୱର ଦୁଗାମ, ବ୍ରଜ ସୁନ୍ଦର ରଥ, ପଦ୍ମ ଚରଣ ତ୍ରିପାଠୀ। ସେହିପରି ସୁନଖଣ୍ଡି ପଞ୍ଚାୟତ ପୋଲିଗାଁରେ ବର୍ଷା ଯୋଗୁଁଁ ଘର ଭୁଶୁଡ଼ି ଗୋଟିଏ ପରିବାରର ଛଅ ଜଣ କୁଟୁମ୍ବ ଅଳ୍ପକେ ବଞ୍ଚି ଯାଇଥିବା ସୂଚନା ମିଳିଛି। ନାଗାବଳି ନଦୀ ଫୁଲିବାରୁ କୁଳିଆ ଗ୍ରାମ ଗୁଡିକ ଭୟଭୀତ ଅବସ୍ଥାରେ ରହିଛନ୍ତି।
Powered by Froala Editor