ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ଯୁକ୍ତି
ବିହାରରେ ଚିନି କିଲୋ ପିଛା ୬୫ ଟଙ୍କାରୁ ଅଧିକ ହୋଇଥିବା ବେଳେ, ପୂର୍ବରୁ ଏହା ପ୍ରାୟ ୪୮ରୁ ୫୦ ଟଙ୍କା ଥିଲା। ଚିନି ଦର ବୃଦ୍ଧିକୁ ନେଇ ବିହାରରେ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଅଜବ ଯୁକ୍ତି ଏବେ ଚର୍ଚ୍ଚାରେ। ଚିନି ଦାମ ବଢ଼ିଲେ ବି ଲୋକଙ୍କ ଉପରେ ବେଶୀ ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କ ଯୁକ୍ତି ହେଉଛି, ମଧୁମେହ ବଢ଼ୁଥିବାରୁ ଲୋକେ ଏବେ ଚିନି କମ୍ ଖାଉଛନ୍ତି।
ତେବେ ମନ୍ତ୍ରୀ ଶ୍ରବଣ କୁମାରଙ୍କ ମନ୍ତବ୍ୟକୁ ନେଇ ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତୀବ୍ର ସମାଲୋଚନା କରିଛନ୍ତି। ଦରଦାମ ବଢ଼ିବା ପ୍ରସଙ୍ଗରେ ‘ମଧୁମେହ’କୁ ଯୁକ୍ତି କରିବାକୁ ନେଇ ସେ ସରକାରଙ୍କୁ କଟାକ୍ଷ କରିଛନ୍ତି।
ଅନ୍ୟପଟେ, ମନ୍ତ୍ରୀ ବିଜୟ କୁମାର ସିହ୍ନା କୃଷକଙ୍କ ଉତ୍ପାଦର ଦାମ ବଢ଼ିଲେ ଖୁସି ଲାଗେ ବୋଲି କହିବା ସହ ଚିନି ଦାମ ବୃଦ୍ଧିର କାରଣ ଯାଞ୍ଚ କରାଯିବ ବୋଲି କହିଛନ୍ତି।
Powered by Froala Editor