Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ...

  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ...

  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ...

  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ...

  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ...

  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ...

  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ...

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ...

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା ...

  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ...

ରାଜ୍ୟ
Home ›› ରାଜ୍ୟ ››‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ: ପ୍ରତି ପଞ୍ଚାୟତକୁ ମିଳିବ ବାର୍ଷିକ ୩ କୋଟି ଟଙ୍କା ଅର୍ଥ ରାଶି

‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ: ପ୍ରତି ପଞ୍ଚାୟତକୁ ମିଳିବ ବାର୍ଷିକ ୩ କୋଟି ଟଙ୍କା ଅର୍ଥ ରାଶି

2026-08-21 09:45:48
13928
Share:
Facebook
Twitter
E-Mail
WhatsApp
Telegram
‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ: ପ୍ରତି ପଞ୍ଚାୟତକୁ ମିଳିବ ବାର୍ଷିକ ୩ କୋଟି ଟଙ୍କା ଅର୍ଥ ରାଶି

ଭୁବନେଶ୍ବର : ଏଣିକି ଗାଁରେ ମିଳିବ ସହରୀ ସୁବିଧା। ପ୍ରତି ପଞ୍ଚାୟତକୁ ବାର୍ଷିକ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ଦେଇ ରାଜ୍ୟ ସରକାର ସୁବିଧାଜନକ ଓ ଆକର୍ଷଣୀୟ କରିବା ପାଇଁ ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ ଆଣୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତଗୁଡ଼ିକ ଅଧିକ ଆତ୍ମନିର୍ଭରଶୀଳ ହେବ। ପଞ୍ଚାୟତଗୁଡ଼ିକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ସୂଚନାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେଡି ତୀବ୍ର ସମାଲୋଚନା କରିଛନ୍ତି। ଦୁଇ ବର୍ଷରେ ଗାଁରେ ମାଟି ଗାଣ୍ଡୁଆଏ ପଡ଼ିନଥିବା କହି ସମାଲୋଚନା କରିଛନ୍ତି। ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ଏଭଳି କଥା କହୁଛନ୍ତି। ବିଜେପି ସରକାରରେ କଥା ଏବଂ ବାସ୍ତବତାରେ ଫରକ ଥିବା ବିରୋଧୀ କହିଛନ୍ତି।
ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି, ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତ ସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କାର୍ଯ୍ୟ କରାଯିବ। ଏନେଇ ବିଭାଗ ପକ୍ଷରୁ ପଞ୍ଚାୟତ, ବ୍ଲକ ଏବଂ ଜିଲା ପରିଷଦ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହେଉଛି। ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ। ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବ ଆଧାରରେ ବିଭିନ୍ନ ବିକାଶମୂଳକ କାମ ପଞ୍ଚାୟତିରାଜ ବିଭାଗ ହାତକୁ ନେବ। ଏହା ମାଧ୍ୟମରେ ଗାଁରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧାକୁ ଆହୁରି ସୁଦୃଢ଼ କରାଯାଇ ପାରିବ। ପଞ୍ଚାୟତସ୍ତରରେ ୭୫ ଲକ୍ଷ ଟଙ୍କାରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ପାଇଁ ବିଭାଗ ନକ୍ସା ପ୍ରସ୍ତୁତ କରୁଛି। କ୍ରୀଡ଼ା ବିଭାଗ ପକ୍ଷରୁ ଯେଉଁଭଳି ଭାବେ ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯାଉଛି, ସେହିଭଳି ଭାବେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ ନିର୍ମାଣ କରାଯିବ। ଖେଳପଡ଼ିଆ ସହ ଯୁବକମାନଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା ମଧ୍ୟ ରହିବ।
ପଞ୍ଚାୟତରେ ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପ୍ରାୟ ୭୦.୩୨ ଫୁଟ୍‌ ଅଞ୍ଚଳରେ ଏହା ନିର୍ମାଣ ହେବ। ଏଥିରେ ଦୁଇଟି ଗ୍ରିନ୍‌ ରୁମ୍‌ ସହ ପେଣ୍ଡାଲର ବ୍ୟବସ୍ଥା ରହିବ। ନାଚ, ଗୀତ, ଡ୍ରାମା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯାଇପାରିବ।
ପ୍ରତିବର୍ଷ ଗୋଟିଏ ଲେଖାଏଁ ଗାଁରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ। ଏହିପରି ଭାବେ ୫ ବର୍ଷରେ ୫ଟି ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଯୋଜନା ରହିଛି।
ଆଦର୍ଶ ପୋଖରୀ ନିର୍ମାଣ ଓ ବିକାଶ ପାଇଁ ୩୪ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପୋଖରୀ ଚାରିପଟେ ପଥର ବନ୍ଧେଇ ସହ ‌େ‌ପଭର ବ୍ଲକ୍‌ ପଡ଼ିବ। ଗାଁ ଶ୍ମଶାନର ଉନ୍ନତୀକରଣ ପାଇଁ ସରକାର ୨୨ଲକ୍ଷ ଟଙ୍କା ଦେବେ। ଶ୍ମଶାନର ଚାରିପଟେ ପାଚେରି ନିର୍ମାଣ କରାଯିବ। ଆଦର୍ଶ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାର୍କରେ ଲୋକଙ୍କ ବସିବା ପାଇଁ ସ୍ଥାନ ରହିବ। ଗ୍ରାମୀଣ ହାଟକୁ ମଧ୍ୟ ଆଦର୍ଶ ରୂପ ଦିଆଯିବ। ହାଟରେ ପାନୀୟ ଜଳର ବ୍ୟବସ୍ଥା ସହ ପ୍ରବେଶ ପାଇଁ ସୁନ୍ଦର ଫାଟକ ଓ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ପରିବେଶ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଲୋକୀକରଣ ବ୍ୟବସ୍ଥା ରହିବ। ଚାରାରୋପଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଥିପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

Powered by Froala Editor

Tags Minister

Related articles Odisha News Lens 4.1

  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ
    ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14524
    Oct 12, 2026
  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ
    ଦେଶ-ଦେଶାନ୍ତର

    ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    14152
    Oct 12, 2026
  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ
    ଦେଶ-ଦେଶାନ୍ତର

    ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13495
    Oct 13, 2026
  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା
    ଦେଶ-ଦେଶାନ୍ତର

    ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    15098
    Oct 12, 2026
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ
    ଦେଶ-ଦେଶାନ୍ତର

    ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14606
    Oct 13, 2026
  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    15005
    Oct 12, 2026
  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14947
    Oct 12, 2026
  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...
    ଦେଶ-ଦେଶାନ୍ତର

    ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...

    15239
    Oct 13, 2026
  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14661
    Oct 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13495
    Oct 13, 2026
  • ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14661
    Oct 12, 2026
  • ଦେଶ-ଦେଶାନ୍ତର

    ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    14152
    Oct 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17177
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17867
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17822
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18240
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14553
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14660
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15665
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14339
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16075
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15802
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15030
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15557
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14031
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14524
    Oct 12, 2026
  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14947
    Oct 12, 2026
  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14674
    Oct 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In