ପୋଲିସ-ଅନଲାଇନ ଅଟୋ ଚାଳକ ମୁହାଁମୁହିଁ : ୧୧୩ ଗିରଫ
ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି।
ସାଧାରଣ ଜନତାଙ୍କ ରିପୋର୍ଟ ଆଧାରରେ ୨ଟି ମାମଲା ରୁଜୁ ହୋଇଛି। ଆମ ବସ୍ କର୍ମଚାରୀଙ୍କ ରିପୋର୍ଟ ଆଧାରରେ ୪ଟି ମାମଲା ରୁଜୁ ହୋଇଛି। ପୋଲିସ କର୍ମଚାରୀଙ୍କ ରିପୋର୍ଟ ଆଧାରରେ ଗୋଟିଏ ମାମଲା ରୁଜୁ ହୋଇଛି। ରାଜଧାନୀରେ ବିଶୃଙ୍ଖଳା ପାଇଁ ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପରିବହନ ବିଭାଗ।
କେବଳ ପରମିଟ୍ ନୁହେଁ, ଆବଶ୍ୟକ ହେଲେ ସମ୍ପୃକ୍ତ ଗାଡ଼ିଗୁଡ଼ିକର RC ମଧ୍ୟ ରଦ୍ଦ କରାଯିବ। ଆଗାମୀ ଦିନରେ ଗାଡ଼ିଗୁଡ଼ିକ ଯେପରି କୌଣସି ସ୍ଥାନରେ ଚଳାଚଳ କରିନପାରିବେ, ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ। ଘଟଣାରେ ସାମିଲ ଥିବା ଡ୍ରାଇଭରମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ନେଇ ମଧ୍ୟ ପରିବହନ ବିଭାଗ ବିଚାର କରୁଛି।
Powered by Froala Editor