ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
ନୂଆଦିଲ୍ଲୀ: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ମୋଦି ଜୀଙ୍କ ପାଦ ଧୋଇ ସେହି ପାଣି ପିଇଦେବେ ବୋଲି କହିଛନ୍ତି।
ଏକ ଆଲୋଚନା ସମୟରେ ସୁଦେଶ ବେରୀ CJP ବିଷୟରେ କହିଛନ୍ତି, ‘ମୁଁ AGP, CGP କାହାକୁ ଜାଣେ ନାହିଁ। ମତେ କେବଳ ଏତିକି ଜଣାଅଛି ଯେ ସେମାନେ ଦେଶକୁ ପଛକୁ ଟାଣୁଛନ୍ତି।’
Powered by Froala Editor