PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ
କେନ୍ଦ୍ର ସରକାର ପଲ୍ୟୁସନ୍ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍ (PUC/PUCC) ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନୂଆ ପ୍ରସ୍ତାବ ଅନୁସାରେ,ଏବେ ବିଏସ୍-୬ ଘରୋଇ ଗାଡି ପାଇଁ PUC ବୈଧତା ୧ ବର୍ଷ ବଦଳରେ ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ। ଏହାଦ୍ବାରା ବାହନ ମାଲିକଙ୍କୁ ବାରମ୍ବାର PUC କରିବାର ଦରକାର ପଡିବନି ଓ ସମୟ ସହିତ ଖର୍ଚ୍ଚ ବି କମ୍ ହୋଇଯିବ।
ପ୍ରସ୍ତାବ ଅନୁସାରେ, ୬ ବର୍ଷ ପୁରୁଣା ବିଏସ୍-୬ ପ୍ରାଇଭେଟ୍ ଗାଡିଙ୍କ ପିୟୁସି ଏବେ ପ୍ରତି ବର୍ଷ କରାଯିବନି। ବଂର ପ୍ରତି ୩ ବର୍ଷରେ ରିନ୍ୟୁ କରାଯିବ। ଯଦି ବିଏସ୍-୫ ବାହାନ ୬ ରୁ ୧୦ ବର୍ଷ ପୁରୁଣା, ତେବେ ଏହାର PUC ପ୍ରତି ବର୍ଷ ରିନ୍ୟୁ କରିବାକୁ ହେବ। ସେଭଳି ୧୦ ବର୍ଷରୁ ଅଧିକ ପୁରୁଣା ବିଏସ୍-୬ ଗାଡି ପାଇଁ ବର୍ତ୍ତମାନର ବ୍ୟବସ୍ଥା ଭଳି ପ୍ରତି ୬ ମାସରେ PUC ତିଆରି କରିବା ଜରୁରୀ ହେବ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ପରିବର୍ତ୍ତନର ପ୍ରସ୍ତାବ ଏକ ଡ୍ରାଫ୍ଟ ନୋଟିଫିକେସନ୍ ଜରିଆରେ କରାଯାଉଛି। ଏହାର ଉଦେଶ୍ୟ ସେହି ବାହନକୁ ଆଶ୍ବସ୍ଥି ଦେବା, ଯାହାର ପୂର୍ବରୁ ହିଁ କମ୍ ପ୍ରଦୂଷଣ ରହିଛି ଓ ନୂଆ ବିଏସ୍-୬ ନିର୍ଗମନ ମାନଦଣ୍ଡ ପାଳନ କରୁଛି।
ସରକାର ପୁରୁଣା ଗାଡି ପାଇଁ ନିୟମରେ ଅଧିକ ଆଶ୍ବସ୍ଥି ଦେଇ ନାହାନ୍ତି। ବିଏସ୍-୪ ବାହାନର PUC ପୂର୍ବ ଭଳି ପ୍ରତି ୬ ମାସରେ ରିନ୍ୟୁ ହେବ। ବିଏସ୍-୧, ବିଏସ୍-୨ ଓ ବିଏସ୍-୩ ମାନକ ଗାଡିର PUC ପ୍ରତି ୩ ମାସରେ କରିବାକୁ ହେବ।
Powered by Froala Editor