ଏଣିକି ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଦେବେ ବର୍ଷକୁ ୪ଟି ପରୀକ୍ଷା
ଭୁବନେଶ୍ବର: ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ ଚାରୋଟି ପରୀକ୍ଷା ହେବ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ଦୁଇଟି ପରୀକ୍ଷା ହେବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor