ସୁଜାତା କାର୍ତ୍ତିାକେୟନ ଶଙ୍ଖ ଭବନରେ
ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । କାରଣ ଗୁରୁବାର ଶଙ୍ଖ ଭବନରେ ପହଞ୍ଚିଛନ୍ତି ସୁଜାତା କାର୍ତ୍ତିାକେୟନ ପାଣ୍ଡିଆନ । ସେ ଆଜି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ବୁଧବାର ଚର୍ଚ୍ଚା ଜୋର ଧରିଥିଲା । ଆଉ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିପାରନ୍ତି । ଗୁରୁବାର ସୁଜାତା ଶଙ୍ଖଭବନରେ ପହଞ୍ଚିବା ପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ତାଙ୍କୁ ପାଛୋଟି ନେଇଥିଲେ ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ୧୨ଟାରୁ ୨ଟା ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତା ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ। ବିଜେଡିରେ ସୁଜାତାଙ୍କ ଯୋଗଦାନ ନେଇ ନିଜେ ନବୀନ ଦିନ ୧୨ଟା ୩୦ ମିନିଟ୍ରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ବୋଲି କୁହାଯାଉଛି। ଏଥିପାଇଁ ଶଙ୍ଖ ଭବନରେ ଉପସ୍ଥିତ ରହିବାକୁ ଦଳୀୟ ବିଧାୟକ, ସାଂସଦ ଏବଂ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ନିର୍ଦେଶ ଦିଆଯାଇଛି।
ବିଜେଡିରେ ସୁଜାତାଙ୍କ ମିଶ୍ରଣ ପରେ ସେ ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରିବେ ନା ଦଳର ନେତୃତ୍ବ ନେବେ; ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗିଛି। ୨୦୨୪ ନିର୍ବାଚନରେ ପରାଜୟ ପରେ ଦଳର ସାଙ୍ଗଠନିକ କାର୍ଯ୍ୟ ପଛେଇ ଯାଇଛି। ଜଣେ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି। ଏପରିକି ରାଜ୍ୟସଭା ସାଂସଦମାନେ ମଧ୍ୟ ଦଳଠୁ ଦୂରେଇ ଯାଇ ବିଜେପିରେ ସାମିଲ ହେଉଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏହା ପୂର୍ବରୁ ସୁଜାତାଙ୍କୁ ଦଳରେ ସାମିଲ କରାଇ ପଞ୍ଚାୟତ ଓ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ବିଜେଡି ପ୍ରସ୍ତୁତ ହେଉଛି।
Powered by Froala Editor