୨୫ରୁ ୨୮ ପର୍ଯ୍ୟନ୍ତ ‘ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍-୨୦୨୬’
ଭୁବନେଶ୍ୱର :ସଂସ୍କୃତିର ପେଣ୍ଠସ୍ଥଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଜମିବ ସିନେମାର ମହାକୁମ୍ଭ। ଆସନ୍ତା ଜୁନ୍ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ‘ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍-୨୦୨୬’। ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ଏହି ଚାରିଦିନିଆ ଚଳଚ୍ଚିତ୍ର ଉତ୍ସବରେ ଦର୍ଶକମାନେ ବିଭିନ୍ନ ଭାଷାର ଚର୍ଚ୍ଚିତ ଓ କ୍ଲାସିକ୍ ଫିଲ୍ମ ଦେଖିବାର ସୁଯୋଗ ପାଇବେ।
ଏହି ଫିଲ୍ମ ଫେଷ୍ଟିଭାଲ୍ରେ ଓଡ଼ିଆ ସିନେମାର ଗୌରବମୟ ସୃଷ୍ଟି ‘ଲକ୍ଷ୍ମୀ’, ‘ମାଗୁଣିର ଶଗଡ଼’ ଓ ‘ଅମଡା ବାଟ’ ପରି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହାଛଡ଼ା ବଙ୍ଗଳା, ମଲୟାଲମ, ଆସାମୀ ଓ ମରାଠୀ ଭାଷାର ବହୁ ପ୍ରଶଂସିତ ଚଳଚ୍ଚିତ୍ର ମଧ୍ୟ ଏହି ଉତ୍ସବର ଆକର୍ଷଣ ସାଜିବ।
Powered by Froala Editor