ହାତୀ ଆକ୍ରମଣରେ ମହିଳା ମୃତ
ଅନୁଗୋଳ : ଅନୁଗୋଳ ବନଖଣ୍ଡ ଅନୁଗୋଳ ବନାଞ୍ଚଳ ଚନ୍ଦ୍ରବାହାଳ ବିଟ ଅନ୍ତର୍ଗତ ସରଧାପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର ଗୌରାଙ୍ଗ ସାହୁଙ୍କ ଝିଅ ଗୁଲ ସାହୁ (୪୫)। ମିଳିଥିବା ଖବର ଅନୁସାରେ ସରଧାପୁର ଗ୍ରାମର ଗୁଲ ସାହୁ ଓ ଏକ ଯୁବତୀ ଜୋରକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରି ଜୋର ପାଖରେ ଥିବା ତୁଳସୀ ଗଛରେ ପାଣି ଦେଉଥିବା ବେଳେ ହାତୀକୁ ଦେଖି ସାଥିରେ ଯାଇଥିବା ଯୁବତୀ ଜଣଙ୍କ ପଳାଇ ଆସିଥିଲେ। ଫଳରେ ଗୁଲ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଟେକି କଚାଡ଼ି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
Powered by Froala Editor