Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ...

  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

  • ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ...

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ...

  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ...

  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ ...

  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା

  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ...

Home ›› ›› ଧାନ କିଣାବିକାରେ ସମସ୍ୟା, ଜିଲ୍ଲାରେ ତେଜି ଉଠିଲା ଚାଷୀ ଅସନ୍ତୋଷ

ଧାନ କିଣାବିକାରେ ସମସ୍ୟା, ଜିଲ୍ଲାରେ ତେଜି ଉଠିଲା ଚାଷୀ ଅସନ୍ତୋଷ

2026-06-24 05:01:05
14814
Share:
Facebook
Twitter
E-Mail
WhatsApp
Telegram
 ଧାନ କିଣାବିକାରେ ସମସ୍ୟା, ଜିଲ୍ଲାରେ ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼: ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ କଟକଣା ଏବଂ ଏଥିରେ ରହିଥିବା ତ୍ରୁଟି ଧାନ କିଣାବିକାରେ ପ୍ରମୁଖ ସମସ୍ୟା ପାଲଟିଛି। ଏହାର ସମାଧାନ ପାଇଁ ଜିଲାର ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ୭ଦଫା ଦାବି ନେଇ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ତେବେ ଟୋକନ ସମସ୍ୟାର ତୁରନ୍ତ ସମାଧାନ ସହିତ ଧାନ ଉଠାଣକୁ ତ୍ୱରାନ୍ବିତ କରା ନଗଲେ ତଥା ଆସନ୍ତା ୨୭ତାରିଖ ଜିଲାର ଚାଷୀମାନେ ଯେକୌଣସି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଯୁକ୍ତ କୃଷକ ସଂଗଠନ ଚେତାବନୀ ଦେଇଛି।
ମଙ୍ଗଳବାର ପୂର୍ବାହ୍ନରେ ଜିଲାର ସମସ୍ତ ବ୍ଲକର ଚାଷୀମାନେ ବରଗଡ଼ ଗାନ୍ଧିଛକରେ ସମବେତ ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତେବେ ଚାଷୀମାନେ ପହଞ୍ଚିବା ପୂର୍ବରୁ ପୋଲିସ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲା। ଫଳରେ ଚାଷୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଉପତ୍ନ୍ନ କୁମାର ଭୋଇଙ୍କ ପରିଚାଳନାରେ ବିକ୍ଷୋଭ ସଭା ହୋଇଥିଲା ଏବଂ ଚାଷୀ ପ୍ରତିନିଧିମାନେ ସେମାନଙ୍କ ଧାନ କିଣାବିକା ସମସ୍ୟାର ସମାଧାନ ତଥା ହକ୍‌ ଦାବିରେ ଉଦ୍‌ବୋଧନ ଦେଇଥିଲେ। ପରେ ଅତିରିକ୍ତ ଜିଲାପାଳ ସାହୁ ସେଠାକୁ ପହଞ୍ଚିବା ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ତାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ବରଗଡ଼ ଜିଲାର ଚାଷୀମାନଙ୍କୁ ଧାନ ବିକ୍ରିବଟାରେ ବହୁ ହଇରାଣ ହରକତ ହେବାକୁ ପଡୁଛି। ଏପରିକି ଅନେକ ଚାଷୀ ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକିବାରୁ ବଞ୍ଚିତ ହେଉଛନ୍ତି। ସାଟେଲାଇଟ୍‌ ବାହାନାରେ ଉଦ୍ଦେଶ୍ୟମୂଳକଭାବେ ଏଥର ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣକୁ ଯଥେଷ୍ଟ କରାଇ ଦିଆଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି ଆଉ ଅଳ୍ପଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରିଦେବାକୁ ଯୋଜନା ଚାଲିଥିବାବେଳେ ଏପର୍ଯ୍ୟନ୍ତ ଅନେକ ଚାଷୀମାନଙ୍କୁ ଧାନବିକ୍ରି ଟୋକନ ମିଳିପାରି ନଥିବା ଚାଷୀମାନେ କହିଛନ୍ତି।
ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ୧ଲକ୍ଷ ୫ହଜାର ୪୯୪ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେବଳ ୧ଲକ୍ଷ ୨୪୫ଜଣ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିଛି। ବାକି ୫୨୬୯ଜଣ ଚାଷୀଙ୍କୁ କାହିଁକି ଟୋକନ ଏଯାଏ ମିଳିପାରି ନାହିଁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ସେହିପରି ଗତବର୍ଷ ପ୍ରାୟ ୯୦ହଜାର ଚାଷୀଙ୍କଠାରୁ ୬୨ଲକ୍ଷ ଧାନ କିଣାଯାଇଥିଲା। ମାତ୍ର ଏଥର ଏପର୍ଯ୍ୟନ୍ତ ଜିଲାର ୮୫ହଜାର ୬୪୮ ଚାଷୀଙ୍କଠାରୁ ୪୭ଲକ୍ଷ ୬୯ହଜାର ୨୮୨ କୁଇଣ୍ଟାଲ ଧାନ କିଣାଯାଇଛି। ଆହୁରି ୨୫ହଜାର ଚାଷୀ ଧାନ ବିକ୍ରି ଅପେକ୍ଷାରେ ରହିଛନ୍ତି। ଯେଉଁମାନେ କଟ୍‌ନୀଛଟନୀରେ ରାଜି ହେଉଛନ୍ତି, ସେମାନଙ୍କ ଧାନ କିଣାଯାଉଛି। ନଚେତ୍‌ ଦୀର୍ଘଦିନ ଧରି ମଣ୍ଡିରେ ଧାନ ପଡ଼ି ରହୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସଂଯୁକ୍ତ କୃଷକ ସଂଗଠନ ୭ଦଫା ଦାବି କରିଛି। ଏଭଳି ଧାନବିକ୍ରି ସମସ୍ୟା ନେଇ ୨୮୫ଜଣ ଚାଷୀ ବ୍ୟକ୍ତିଗତଭାବେ ମଧ୍ୟ ସେମାନଙ୍କ ଅଭିଯୋଗପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ସଂଗଠନର ଅନ୍ୟ କର୍ମକର୍ତ୍ତା ଅରବିନ୍ଦ ପଣ୍ଡା, ସରୋଜ ସାହୁ, କୁଞ୍ଜବିହାରୀ ପ୍ରଧାନ, ପ୍ରଭାତ ସାହୁ, ସୁବାସ ପ୍ରଧାନ, ସୁରେଶ ନେକାଣ୍ଟି, ସୁଦାମ ପାତ୍ର, ଟିକେଲାଲ ମିଶ୍ର, ଈଶାନ୍ତ ଭୋଇ, କିଶୋର ସାହୁ, ନିରଞ୍ଜନ ପ୍ରଧାନ, ବବ୍ରୁବାହନ ସାହୁ, ଭୁବନ ପ୍ରଧାନ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ।

Powered by Froala Editor

Tags Chasi andolan

Related articles Odisha News Lens 4.1

  • ୨ ଫାଳ ଉଦ୍ଧବସେନା  : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ
    ରାଜନୀତି

    ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ

    13975
    Jun 23, 2026
  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ
    ଦେଶ-ଦେଶାନ୍ତର

    ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ

    15003
    Jun 22, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...
    ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...

    14818
    Jun 22, 2026
  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା
    ରାଜନୀତି

    କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15697
    Jun 23, 2026
  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା
    ଦେଶ-ଦେଶାନ୍ତର

    ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14825
    Jun 22, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା
    ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13631
    Jun 23, 2026
  • ୫୨ ବର୍ଷରେ ପାଦ ଥାପିଲେ ବିଜୟ
    ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15559
    Jun 22, 2026
  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ
    ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    15052
    Jun 23, 2026
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

    13929
    Jun 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13631
    Jun 23, 2026
  • ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15559
    Jun 22, 2026
  • ବିଶେଷ

    ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14764
    Jun 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16941
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17559
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17608
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18005
    Sep 06, 2023

ବିଶେଷ

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14764
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14938
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14806
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15609
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14471
    Jun 19, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13782
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14872
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15487
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15237
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13631
    Jun 23, 2026
  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ

    15003
    Jun 22, 2026
  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15559
    Jun 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In