ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ, ମିଳିବ ୧୦ କେଜି ଚାଉଳ
କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କେସିଙ୍ଗାର ୧୨ଟି ୱାର୍ଡର ବିଭିନ୍ନ ଜାଗାରେ ହିତାଧିକାରୀଙ୍କୁ ବୁଧବାର ଠାରୁ ଆରମ୍ଭ କରାଯାଇଛି ।
ଉକ୍ତ ଯୋଜନାରେ ମୁଣ୍ଡ ପିଛା ମାସକୁ ଅଧିକ ୫ କେଜି ଚାଉଳ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ମିଳୁଥିଲା । ଗତକାଲି ଠାରୁ ପ୍ରତି ହିତାଧିକାରୀଙ୍କୁ ୧୦ କେଜି ଲେଖାଏଁ ବଣ୍ଟନ କରାଯାଇଛି । ଉକ୍ତ ଅନ୍ନପୂର୍ଣ୍ଣା ଯୋଜନାରେ ପିଛିଲା ୩ ମାସର ଚାଉଳ ଦିଆଯାଇଛି ।
Powered by Froala Editor