ବରଗଡ଼ରେ ଏହି ଦିନ ଖୋଲିବ ସ୍କୁଲ ଓ କଲେଜ
ବରଗଡ଼: ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ ବରଗଡ଼ ଜିଲା ଶିକ୍ଷା ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପକ୍ଷରେ ଆସନ୍ତା ୨୧ତାରିଖ ରବିବାର ପଡୁଛି । ତେଣୁ ଆସନ୍ତା ୨୨ତାରିଖରୁ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢା ଆରମ୍ଭ ହେବ । ଏଠାରେ ସୂଚନା ଥାଉକି, ରାଜ୍ୟ ସରକାର ୧୮ତାରିଖରୁ ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ନେଇଥିଲେ ।
Powered by Froala Editor