ପାରିବାରିକ କଳହରୁ ମା’କୁ ହତ୍ୟା କଲା ପିଶାଚ ପୁଅ
ବନ୍ତ: ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ଜନ୍ମକଲା ମା’କୁ ବିଭତ୍ସ ହତ୍ୟା କଲା ପିଶାଚ ପୁଅ। ପାରିବାରିକ କଳହରୁ ଜନ୍ମ କଲା ମା’କୁ ବିଭତ୍ସ ଭାବେ ହତ୍ୟା କରିଛି ପୁଅ। ରବିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ। ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ ଘଟିଛି ଏହି ସାଂଘାତିକ କାଣ୍ଡ।ଗ୍ରାମର ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ନିଜ ପୁଅ ପ୍ରିତମ ସାହୁ ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପୁଅ ପ୍ରିତମର ବୟସ ମାତ୍ର ୨୫ ବର୍ଷ ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରାଥମିକ ସୂଚନା ମୁତାବକ, ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଖବର ପାଇ ବନ୍ତ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକ ପ୍ରିତମ କୁ କାବୁ କରି ତା ନିକଟରୁ କୁରାଢ଼ୀକୁ ମଧ୍ୟ ଜବତ୍ କରିଛି।
Powered by Froala Editor